ତିହିଡି, ୧୧.୦୯: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା କମାରିଆସ୍ଥିତ ଏପିଏସପିଏସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବ । ବିଦ୍ୟାଳୟ ସ୍ତରରୁ ଚୟନ ହୋଇ ଆସିଥିବା ପ୍ରତିଯୋଗିମାନେ ଏଠାରୁ ଚୟନ ହେବାପରେ ଜିଲ୍ଲା ସ୍ତରରେ ଭାଗ ନେବେ । ୧୪ ବର୍ଷରୁ ଓ ୧୭ ବର୍ଷରୁ କମ୍ ଛାତ୍ରଛାତ୍ରୀମାନେ ଖୋକୋ, କବାଡି, ଭଲିବଲ, ସତରଞ୍ଜ, ବ୍ୟାଡମିଣ୍ଟନ, ଯୋଗ ଓ ହ୍ୟାଣ୍ଡବଲ ଖେଳରେ ସାମିଲ ହୋଇଥିଲେ । ଖେଳ ଆରମ୍ଭରେ ଏକ ସଭା ହୋଇଥିଲା । ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷ୍ମୀପ୍ରିୟା ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ବିଡିଓ ନିରଞ୍ଜନ ବାରିକ, ମୁଖ୍ୟ ବକ୍ତାଭାବେ ତହସିଲଦାର ଶୁଭାଶିଶ ସାହୁ, ସମ୍ମାନୀତ ଅତିଥିଭାବେ ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଶ୍ୱନାଥ ପଣ୍ଡା, ଭକ୍ତବନ୍ଧୁ ପତି ଓ ରମାକାନ୍ତ ଦାସ, ଅବସରପ୍ରାପ୍ତ ଖେଳ ଶିକ୍ଷକ ବାବାଜୀ ଚରଣ ମହାକୁଡ, ବିଭୁଦତ୍ତ ସାହୁ, ବିଜୟ କୁମାର ନାୟକ, ସୋମନାଥ ମିଶ୍ର, ଗିରିଜା ରମଣ ଜେନା, ସୁରେଶ ଚନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଭାତ ଜେନା, ଅଭୟ ସେନାପତି, ତନ୍ମୟ ବେହେରା, ବିଶ୍ୱରଞ୍ଜନ ମଳିକ, ଅଞ୍ଜନା ଦାସ, ସତ୍ୟବ୍ରତ ଦାସ, କମଳାକାନ୍ତ ସାହୁ, ଶଶିକାନ୍ତ ବେହେରା, ଗୀତାଞ୍ଜଳୀ ରଥ, ଶସ୍ମିତା ପଣ୍ଡା, ଦୋଳଗୋବିନ୍ଦ ପଦୁରିଆ, ଅନୁପମା ଗିରି, ଜ୍ୟୋତିରେଖା ନାୟକ, ସ୍ମୃତିରେଖା ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ଖେଳ ଶିକ୍ଷକ ଏବଂ ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

