ତିହିଡି – ଗତ ବିଧାନସଭା ନିର୍ବାଚନ ଠାରୁ ଖଦାଳପୋଖରୀ ଗ୍ରାମରେ ବିଭିନ୍ନ ଗୁଣ୍ଡା ଶ୍ରେଣୀର ଅସାମାଜିକ ଯୁବକଙ୍କ ପକ୍ଷରୁ ଯେଉଁ ଅରାଜକତା ସୃଷ୍ଟି ହୋଇଥିଲା ତାର ସ୍ଥାୟୀ ସମାଧାନ ପାଇଁ ଗଠିତ ଶାନ୍ତି କମିଟି ପକ୍ଷରୁ ଖଦାଳପୋଖରୀ ଗ୍ରାମର ବରିଷ୍ଠ ଆଇନଜୀବି ଗିରିଧାରୀ ନାଥଙ୍କ ସଭାପତିତ୍ବରେ ଏକ ଶାନ୍ତି ଓ ସଦଭାବନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ବରିଷ୍ଠ ଆଇନଜୀବି ତଥା ସିପିଆଇଏମ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ, ଘଣ୍ଟେଶ୍ୱର ସୁରକ୍ଷା ମଞ୍ଚ ସଭାପତି ଆଇନଜୀବି ବିକାଶ ନାଥ,

ଘଣ୍ଟେଶ୍ୱର ସୁରକ୍ଷା ମଞ୍ଚ ସମ୍ପାଦକ ଅଞ୍ଜନ ଦାସ ,ବରିଷ୍ଠ ଆଇନଜୀବି ରଞ୍ଜନ ନାୟକ, ଚାନ୍ଦବାଲି ଏସଡିପିଓ ପ୍ରଭାସ କୁମାର ସାହୁ, ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତି, ବାଉଁଶଗଡା ଥାନାଧୀକାରିଣୀ ପ୍ରିୟଦର୍ଶିନୀ ଖଟୁଆ, ପୀରହାଟ ଥାନାଧିକାରିଣୀ ରୋଜାଲିନୀ ବେହେରା, ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ଅରୂପ ସାମଲ, ଶାନ୍ତି କମିଟି ସଭାପତି ଚନ୍ଦ୍ରମଣି ଦାସ, ସମ୍ପାଦକ ଚକ୍ରଧର ଦାସ, ଦଳିତ ନେତା ହାକିମ ଦାସ, ଘଣ୍ଟେଶ୍ୱର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ରହି ଖଦାଳ ପୋଖରୀ ଗ୍ରାମରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଯୋଜନା ଗ୍ରହଣ କରିଥିଲେ। ଏହି ସଭାରେ ପ୍ରାୟ ୩ ଶହ ଖଦାଳପୋଖରୀବାସୀ ଓ ଶତାଧିକ ପୋଲିସ ଉପସ୍ଥିତ ଥିଲେ।
ତିବିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

