ନେପାଳ: ନେପାଳରେ ପୁଣି ବଡ଼ ବନ୍ୟା ବିପଦ। ବ୍ୟାରିଅର୍ ହ୍ରଦରେ ୨୦ ଲକ୍ଷ ଘନମିଟର ପାଣି, ଆଗାମୀ ୩ ଦିନ ଅତ୍ୟନ୍ତ ବିପଦପୂର୍ଣ୍ଣ । ନେପାଳରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ର ତାଣ୍ଡବ ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ସୃଷ୍ଟି ହୋଇଛି । ନେପାଳର ଛୋଚେନ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀର ସଙ୍ଗମସ୍ଥଳରେ ସୃଷ୍ଟି ହୋଇଛି ଏହି କୃତ୍ରିମ ହ୍ରଦ । ଏହି ହ୍ରଦ ଭାଙ୍ଗିଗଲେ ତଳମୁଣ୍ଡରେ ପୁଣି ଥରେ ହଠାତ୍ ବଡ଼ ବନ୍ୟା ଆସିବାର ଆଶଙ୍କା ରହିଛି ।
ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ଅନୁସାରେ, ଗୁରୁବାର ସକାଳ ସୁଦ୍ଧା ଏହି ହ୍ରଦରେ ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମା ହୋଇଛି। ହ୍ରଦ ପୂର୍ଣ୍ଣ ହୋଇ ପାଣି ଉଛୁଳି ବାହାରକୁ ବହିବା ଆରମ୍ଭ କରିସାରିଛି। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଆଗାମୀ ତିନି ଦିନ ମଧ୍ୟରେ ଆଉ ପ୍ରାୟ ୩୦ ଲକ୍ଷ ଘନମିଟର ପାଣି ଏହି ହ୍ରଦକୁ ପ୍ରବେଶ କରିପାରେ । ଫଳରେ ପ୍ରାକୃତିକ ଅବରୋଧ ଉପରେ ଚାପ ବଢ଼ିବ ଏବଂ ଏହା ଭାଙ୍ଗିଯିବାର ବିପଦ ଅଧିକ ହୋଇପାରେ ବୋଲି ଚୀନର ସରକାରୀ ପ୍ରସାରଣ ସଂସ୍ଥା CCTV ରିପୋର୍ଟ କରିଛି ।
ହ୍ରଦ ଭାଙ୍ଗିଲେ ବିପୁଳ ପରିମାଣର ପାଣି ହଠାତ୍ ତଳମୁଣ୍ଡକୁ ମାଡ଼ି ଆସିପାରେ। ଛୋଚେନ ଖୋଲା ଓ ପୁରେପୁ ସାଙ୍ଗପୋ ନଦୀ ତିବ୍ବତରୁ ବାହାରି ନେପାଳ ଆଡ଼କୁ ପ୍ରବାହିତ ହୋଇଭୋଟେ କୋଶୀ ଓ ତ୍ରିଶୂଳୀ ନଦୀ ବ୍ୟବସ୍ଥା ସହ ମିଶିଥାଏ। ତେଣୁ ଏହି ପ୍ରାକୃତିକ ବନ୍ଧ ଭାଙ୍ଗିଲେ ତଳମୁଣ୍ଡର ଅଞ୍ଚଳରେ ଆଉ ଏକ ଆକସ୍ମିକ ବନ୍ୟାର ବିପଦ ସୃଷ୍ଟି ହୋଇପାରେ । ପରିସ୍ଥିତିକୁ ଦେଖି ଚୀନର ଜଳସମ୍ପଦ ମନ୍ତ୍ରଣାଳୟ ହ୍ରଦ ଉପରେ ଲଗାତାର ନଜର ରଖିଛି ।
ହ୍ରଦ ଭାଙ୍ଗିଲେ କେତେ ପାଣି ଓ କେତେ ତୀବ୍ରତାରେ ତଳମୁଣ୍ଡକୁ ଯାଇପାରେ, କେଉଁ ଅଞ୍ଚଳ ପ୍ରଭାବିତ ହୋଇପାରେ—ସେନେଇ ବନ୍ୟା ବିପଦ ଆକଳନ କରାଯାଉଛି। ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ନେପାଳ ପୂର୍ବରୁ ହିଁ ବୁଧବାର

