ଭୁବନେଶ୍ୱର, ୨୭ ଅଗଷ୍ଟ, ୨୦୨୬:
ଆଗାମୀ ପର୍ବପର୍ବାଣୀ ଏବଂ ଛୁଟିଦିନ ସମୟରେ ଯାତ୍ରୀମାନଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍ ନଂ. ୦୧୯୨୯/୦୧୯୩୦ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ–ଖୋର୍ଦ୍ଧା ରୋଡ୍ ଜଙ୍କସନ୍–ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ର ସେବା ସମ୍ପ୍ରସାରଣ କରାଯାଇଛି।
ତଦନୁସାରେ, ଟ୍ରେନ୍ ନଂ. ୦୧୯୨୯ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ–ଖୋର୍ଦ୍ଧା ରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ଶୁକ୍ରବାର ୦୪ ସେପ୍ଟେମ୍ବର, ୨୦୨୬ ରୁ ୨୭ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି, ଟ୍ରେନ୍ ନଂ. ୦୧୯୩୦ ଖୋର୍ଦ୍ଧା ରୋଡ୍–ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ପ୍ରତି ରବିବାର ୦୬ ସେପ୍ଟେମ୍ବର, ୨୦୨୬ ରୁ ୨୯ ନଭେମ୍ବର, ୨୦୨୬ ପର୍ଯ୍ୟନ୍ତ ଚଳାଚଳ କରିବ।
ଏହି ଟ୍ରେନଟି ଏହାର ପୂର୍ବ ନିର୍ଦ୍ଧାରିତ ସମୟସୂଚୀ, ମାର୍ଗ, ରହଣି ସ୍ଥାନ ଏବଂ କୋଚ୍ ସଂରଚନା ଅନୁଯାୟୀ ଚଳାଚଳ କରିବ।
ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

