ତିହିଡ଼ି : ଭଦ୍ରକ ଜିଲ୍ଲା ଦୋଳସାହି ପଞ୍ଚାୟତ ଅନ୍ତର୍ଗତ ଗାଜିପୁର ଗ୍ରାମରେ ଧର୍ମପ୍ରାଣା ସ୍ୱର୍ଗତ ଉର୍ବଶୀ ନାଥଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଭାବପୂର୍ଣ୍ଣ ସ୍ମୃତିସଭା ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ରମାକାନ୍ତ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗୀୟା ନାଥଙ୍କ ସ୍ନେହମୟୀ ବ୍ୟକ୍ତିତ୍ୱ, ଧର୍ମପରାୟଣତା ଓ ଆଦର୍ଶ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସୋମନାଥ ମିଶ୍ର ଓ ଭାଗିରଥୀ ଶଙ୍ଖୁଆ ଯୋଗଦେଇ ସ୍ମୃତିଚାରଣ କରିଥିଲେ। କବି ଭରତଚନ୍ଦ୍ର ବିଶ୍ବାଳଙ୍କ ସଂଚାଳନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ରବୀନ୍ଦ୍ର ଦୀକ୍ଷିତ ବେଦପାଠ କରିଥିବା ବେଳେ ଭୂମିକା ନାଥ ଓ ଦେବସ୍ମିତା ନାଥ ସ୍ମୃତିସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ କବୟତ୍ରୀ ଦମୟନ୍ତୀ ନାଥ, ସୀତାକାନ୍ତ ନାଥ, ଅଙ୍କିତା ନାଥ ଓ ଇତ୍ୟାଶା ନାଥ ସ୍ୱରଚିତ ସ୍ମୃତିକବିତା ପାଠ କରିଥିଲେ। ସ୍ମୃତିସଭାରେ ପଦ୍ମନାଭ ନାଥ, ପର୍ଶୁରାମ ଭଞ୍ଜ, ସେବତୀ ନାଥ ଓ ହରେକୃଷ୍ଣ ପଣ୍ଡା ପ୍ରମୁଖ ସ୍ୱର୍ଗତ ଆତ୍ମାଙ୍କ ସ୍ମୃତିରେ ଶ୍ରଦ୍ଧାସୁମନ ସହ ସ୍ମୃତିବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସ୍ମୃତିସଭାରେ ସ୍ୱପ୍ନାରାଣୀ ନାଥ, ରବୀନ୍ଦ୍ର ସାହୁ, ସତ୍ୟସୁନ୍ଦର ମିଶ୍ର, ଅର୍ଚ୍ଚିତା ନାଥଶର୍ମା, ଆଦିତ୍ୟ ନାଥ, ଆଦ୍ୟାଶା ନାଥ, ଅଂଶୁମାନ ନାଥ, ଆଶିଷ ନାଥ, ଅଞ୍ଜଳି ନାଥ, ବଳରାମ ଭଞ୍ଜ, ଅରୂପ ନାଥ, ଭୁବନେଶ୍ୱରୀ ନାଥ, ମହେଶ୍ୱର ସାହୁ, ମଧୁସୂଦନ ସାହୁ, ଅମର ସାହୁ, ଅଶୋକ ସାହୁ, ରାକେଶ ଶର୍ମା, ଅର୍ଚ୍ଚିତା ନାଥଶର୍ମା, ଅର୍ପିତା ନାଥଶର୍ମା, ରାଧାରାଣୀ ଶର୍ମା, ସୁଷମା ଶର୍ମା, କୁମୁଦିନୀ ନାଥ, ଅର୍ପଣ ନାଥଶର୍ମା, ଅଞ୍ଜନ ନାଥ ଶର୍ମା, ଅର୍ଣ୍ଣବ ନାଥଶର୍ମା ଓ ଗୁରୁଚରଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଖ୍ୟାତ ଦିବଂଗତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରା ଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି, ଗ୍ରାମବାସୀ ତଥା ଆତ୍ମୀୟସ୍ୱଜନ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ପରିବାର ପକ୍ଷରୁ ଅଲେଖ ଚନ୍ଦ୍ର ନାଥ ସମସ୍ତ ଅତିଥି ତଥା ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ।

