ଭଦ୍ରକ- ୮୦ ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଏସ୍ଏଫ୍ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ମିଳିତ ଭାବେ ଭଦ୍ରକ ଜାନୁଗଞ୍ଜ ଠାରେ ଜାତୀୟ ପତାକା ଉତ୍ତୋଳନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଉଚ୍ଚନ୍ଯାୟାଳୟର ବିଶିଷ୍ଟ ଆଇନଜୀବୀ ତଥା ଏସ୍ଏଫ୍ଆଇର ପୂର୍ବତନ ରାଜ୍ୟ ସଂପାଦକ ଦୀପକ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଡିୱାଇଏଫ୍ଆଇର ଭଦ୍ରକ ଜିଲ୍ଲା ଆବାହକ ବିକାଶ ନାଥ, ଭଦ୍ରକ ଓକିଲ ସଂଘର ପୂର୍ବତନ ଉପ ସଭାପତି ଅଶୋକ କୁମାର ନାୟକ, ସାହସପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍ଏଫ୍ଆଇ ଭଦ୍ରକ ମହାବିଦ୍ୟାଳୟ ଛାତ୍ର ନେତା ସତ୍ୟପ୍ରିୟ ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, କାଳନ୍ଦୀ ଚରଣ ପଲାଇ ଯୁବନେତା ଭକ୍ତହରି ବଳ, ଅବିନାଶ ବାରିକ, ରଞ୍ଜନ କୁମାର ସାହୁ, ସୌଭାଗ୍ଯ ପତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ।

