ସ୍ୱାଧୀନତା ଦିବସ ଅବସରରେ ନିଜର କୋଟି କୋଟି ୟୁଜରଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛି BSNL। କମ୍ପାନୀ ଏହାର ବାର୍ଷିକ ରିଚାର୍ଜ ପ୍ଲାନରେ ଏକ୍ସଟ୍ରା ୪୭ ଦିନର ଭ୍ୟାଲିଡିଟି ଦେଉଛି । ଅର୍ଥାତ୍, ୩୬୫ ଦିନର ପ୍ଲାନ୍ ଏବେ ୪୧୨ ଦିନ ପର୍ଯ୍ୟନ୍ତ ଚାଲିବ । BSNL ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରେ ଏହି ଅଫର ବିଷୟରେ ସୂଚନା ଦେଇଛି।BSNLର ୨୩୯୯ ଟଙ୍କାର ଆନୁଆଲ୍ ରିଚାର୍ଜ ପ୍ଲାନରେ ଏବେ ଏକ୍ସଟ୍ରା ୪୭ ଦିନର ଭ୍ୟାଲିଡିଟି ମିଳିବ । ଫଳରେ ୟୁଜରଙ୍କୁ ମୋଟ ୪୧୨ ଦିନର ଭ୍ୟାଲିଡିଟି ମିଳିବ।
ଏହା ସହିତ ଅଫର ଅବଧିରେ ୯୪ ଜିବି ଅଧିକ ଡାଟା, ୪୭୦୦ ଫ୍ରି SMS ଏବଂ ଅନଲିମିଟେଡ୍ କଲିଂର ସୁବିଧା ମିଳିବ । ଏହି ବିଶେଷ ଅଫର ୧୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଭାଲିଡ୍ ରହିବ।

