ମୁଖ୍ୟ ଖବର

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ନୂତନ ଶିଖର ଛୁଇଁଛି। ୨୦୨୫ ମସିହା ଏପ୍ରିଲ୍‌ ମାସରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ଭାବରେ ‘ଅପରେସନ୍‌ ସିନ୍ଦୂର’ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଥିଲା।

Spread the love

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ନୂତନ ଶିଖର ଛୁଇଁଛି। ୨୦୨୫ ମସିହା ଏପ୍ରିଲ୍‌ ମାସରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ଭାବରେ ‘ଅପରେସନ୍‌ ସିନ୍ଦୂର’ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଥିଲା। ଆଉ ମାତ୍ର ୨ ଦିନ ପରେ ‘ଅପରେସନ ସିନ୍ଦୂର’କୁ ୪ ମାସ ପୂରିବ। କାରଣ ମେ ୭ ତାରିଖରେ ହିଁ ପାକିସ୍ତାନ ବିରୋଧରେ ‘ଅପରେସନ ସିନ୍ଦୂର’ କରିଥିଲା ଭାରତ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ‘ଅପରେସନ ସିନ୍ଦୂର’ ପରେ ବି ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଏବେ ସେନାରେ ବଳବତ୍ତର ରହିଛି। ‘ଅପରେସନ୍ ସିନ୍ଦୂର’ କେବଳ ସୀମାରେ ପାକିସ୍ତାନୀ ସେନାକୁ ଏକ କଠୋର ଆଘାତ ଦେଇନଥିଲା, ବରଂ ଜମ୍ମୁ ଓ କଶ୍ମୀର ଭିତରେ ଆତଙ୍କବାଦୀଙ୍କ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ମଧ୍ୟ ମୂଳଦୁଆ ପକାଇଥିଲା। ୨୦୨୫ ମସିହା ଏପ୍ରିଲ ୨୨ ତାରିଖରେ ପାଞ୍ଚ ଜଣ ସଶସ୍ତ୍ର ଆତଙ୍କବାଦୀ ଜମ୍ମୁ-କଶ୍ମୀରର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳ ପହଲଗାମର ବୈସାରନ ଉପତ୍ୟକାରେ ଆକ୍ରମଣ କରିଥିଲେ। ସେମାନେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣରେ କେବଳ ହିନ୍ଦୁ ନୁହେଁ‌; ବରଂ ଜଣେ ଖ୍ରୀଷ୍ଟିଆନ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ମୁସଲିମ ଘୋଡା ଚାଳକ ମଧ୍ୟ ପ୍ରାଣ ହରାଇଥିଲେ।

ସେହିପରି ୨୦୦୮ ମୁମ୍ବାଇ ଆକ୍ରମଣ ପରେ ଏହି ଆକ୍ରମଣ ଭାରତରେ ସାଧାରଣ ନାଗରିକଙ୍କ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା। ଆକ୍ରମଣକାରୀମାନେ ଏମ୍‌୪ କାର୍ବାଇନ୍ ଏବଂ ଏକେ-୪୭ ଭଳି ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଯାହାକୁ ନେଇ ଏନ୍‌ଏଆଇ ତଦନ୍ତ ଆରମ୍ଭ କରିଛି। ଏହି ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଇଲା, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଲା ଏବଂ ଆକାଶପଥ ବନ୍ଦ କରିଦେଲା। 

Leave a Reply

Your email address will not be published. Required fields are marked *