ରେମୁଣା ଏନ୍ଏସି ଅନ୍ତର୍ଗତ ମନ୍ଦିର ଛକ ନିକଟରେ ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ଘରେ ଘରେ ତ୍ରିରଙ୍ଗା” ଆହ୍ୱାନକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଲୋକେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ ।

ଏହି ଶୋଭାଯାତ୍ରା ବିଶେଷ କରି ଲୋକମାନଙ୍କ ମନରେ ଦେଶପ୍ରେମର ଉତ୍ସାହକୁ ବୃଦ୍ଧି କରିଥିଲା।
ଏହି ଅବସରରେ ମଣ୍ଡଳ ସଭାପତି ମାୟାଧର ପ୍ରଧାନ, ରେମୁଣା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଚିତ୍ତରଞ୍ଜନ ପଣ୍ଡା, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ଗିରିଧାରୀ ଦାସ, ପୂର୍ବତନ ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ବିଜେପି ଜିଲ୍ଲା ସମ୍ପାଦିକା ରବିତା ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହନ୍ତ, କାଉନ୍ସିଲର୍ ଶିବୁନ ରାୟ, ହେମବତୀ ବେହେରା, ମିନାକ୍ଷୀ ବେହେରାଙ୍କ ସମେତ ବରିଷ୍ଠ ବ୍ୟକ୍ତି ସରୋଜ ବେହେରା, ଜୟନ୍ତ ମଣ୍ଡଳ, ହରିହର ବେହେରା, ଅନନ୍ତ ସାହୁ, ନାରାୟଣ ପ୍ରସାଦ ଦାସ, ସଞ୍ଜୟ ସେଠୀ, ସରୋଜ ଦାସ, ଅନନ୍ତ ବାରିକ, କୌସିକ ବେହେରା, ମନୋରଞ୍ଜନ ବେହେରା, ଜୟନ୍ତୀ ପାତ୍ର ଇତ୍ୟାଦି ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।

