ତିହିଡି଼- ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବନ୍ୟା ମୁକାବିଲା କରିବାରେ ପ୍ରଶାସନ ବିଫଳ ହୋଇଥିବା ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡା. ସଞ୍ଜୟ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡିଶାର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଯୋଗଦେଇ ସରକାର ଚଳିତ ବର୍ଷ ବନ୍ୟାକୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି। ଆଜି ତିହିଡି଼ ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ କାଁପଡା ପଞ୍ଚାୟତ ବୁଲି ଲୋକମାନଙ୍କ ପାଖରେ ପହଞ୍ଚିଥିଲେ। ସରକାରଙ୍କ ପାଖରୁ ଯାହା ସାହାଯ୍ୟ ସହଯୋଗ ମିଳିବା କଥା ମିଳି ନାହିଁ। ବହୁ ଅଞ୍ଚଳକୁ ରନ୍ଧା ଖାଦ୍ୟ ଦେଇ ନାହାନ୍ତି। ବିଭିନ୍ନ ପଞ୍ଚାୟତ ଲୋକ ପ୍ରତିନିଧିମାନଙ୍କୁ ନ ପଚାରି ମନମୁଖୀ ରିଲିଫ କାର୍ଯ୍ୟ ଚଳାଇଛନ୍ତି। ଶତକଡା ୮୦ ଭାଗ ଶାରଦ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଡିଏପି ସାର ୧୩ ଶହ ଟଙ୍କାରୁ ୨୧ ଶହ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇଛି। ଏପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ପଲିଥିନ ପହଞ୍ଚି ପାରିନାହିଁ। ଜଳ ସେଚନ, ପାନୀୟ ଜଳ, ରାସ୍ତା ଅବସ୍ଥା ପୁରା ବେହାଲ ହୋଇ ଯାଇଛି। ଗୋଖାଦ୍ୟ ସମ୍ପୂର୍ଣ୍ଣ ଦେବାରେ ବିଫଳ ହୋଇଥିବା କୁହା ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ପୂର୍ବତନ ଧାମନଗର ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ସଭାପତି ସୁରେନ୍ଦ୍ର କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ, ସରପଞ୍ଚ ତାପସ ବେହେରା, ସମିତି ସଭ୍ୟ ଜୟପ୍ରକାଶ ମଳିକ, ପ୍ରିୟବନ୍ଧୁ ମାଝୀ, ଭାଗିରଥି ମଳିକ, ପୂର୍ବତନ ସରପଞ୍ଚ କୀର୍ତ୍ତନ ରାଉତ, ଶସଧର ସାମଲ, ମାନସ କୁମାର ସାହୁ, ପ୍ରତାପ ଜେନା, ହରେକୃଷ୍ଣ ଜେନା, ବିପିନ ବେହେରା, ବିଷ୍ଣୁ କୁଅଁର, ପୂର୍ବତନ ସମିତି ସଭ୍ଯ ସଂଗ୍ରାମ କେଶରୀ ଦାସ, କୈଳାଶ ରାଉଳ, ଅନିରୁଦ୍ଧ ବାରିକ, ନିତ୍ୟାନନ୍ଦ ବେହେରା, ଅଭୟ ମଳିକ, କମଳାକାନ୍ତ ଦାସ, ବିଷ୍ଣୁ ଜେନା ଓ ଦେବକିଶ୍ୱର ପାଟଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

