ବନ୍ୟା ମୁକାବିଲା ସମ୍ପର୍କରେ ବିଜେପି ପକ୍ଷରୁ ସମ୍ବାଦଦାତା ସମ୍ମିଳନୀ। ତିହିଡି- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ବନ୍ୟା ମୁକାବିଲା ସମ୍ପର୍କରେ ବିଜେପି ପକ୍ଷରୁ ଏକ ସମ୍ବାଦଦାତା ସମ୍ମିଳନୀ ସ୍ଥାନୀୟ ମନ୍ଦୋଦରୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ତିହିଡ଼ିରେ ବନ୍ୟାଞ୍ଚଳରେ ସହାୟତା,
ଅତ୍ୟାବଶ୍ୟକ ସେବା, ଶୁଖିଲା ଖାଦ୍ୟ, ପାନୀୟ ଜଳ, ବିପନ୍ନଙ୍କ ପାଇଁ ବ୍ୟାପକ ରିଲିଫ୍ ଓ ଯୋଗାଇ ଦିଆ ଯାଉଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କ ନିକଟରେ ପାନୀୟ ରନ୍ଧା ଖାଦ୍ୟ, ଗୋ-ଖାଦ୍ୟ ପହଞ୍ଚାଯିବା ସହ ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଛି। ଗୋ-ସମ୍ପଦର ସୁରକ୍ଷା ପାଇଁ ବ୍ଲକ୍ର ୧୫ଟି ଗ୍ରାମ ପଞ୍ଚାୟତରେ ୬୮.୮ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ବଣ୍ଟନ କରାଯାଇ ସାରିଛି। ଏଥିସହ ଆଜି ବ୍ଲକ୍ ପଏଣ୍ଟରେ ଅଧିକ ୩୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ପହଞ୍ଚୁଛି।
ବନ୍ୟା ପରବର୍ତ୍ତୀ ରୋଗବ୍ୟାଧି ରୋକିବା ପାଇଁ ବ୍ୟାପକ ବିଶୋଧନ କାର୍ଯ୍ୟ ଜାରି ରହିଛି। ବିଶେଷ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଆପ୍ରାଣ ଉଦ୍ୟମ ଫଳରେ ଏପରି ସଫଳତା ମିଳିଥିବା ସୂଚନା ଦେଇଛନ୍ତି। ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକଙ୍କ ସଂଚାଳନା ଓ ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁକ୍ତିକାନ୍ତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ସରପଞ୍ଚ ପ୍ରଦୀପ ବଳ ଓ ଅଜୟ ମହାନ୍ତି, ସମିତି ସଭ୍ଯ ଚିନ୍ତାମଣି ଦାସ, ସରୋଜ ନାୟକ, ପ୍ରମୋଦ ଦାସ, କେଶବ ବେହେରା, ତପନ ପାଢୀ ଓ ସାଇଶରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

