ରାଜ୍ୟ

ପୁଲିସ ଉପରେ ଗୁଳି ଚଳାଇ ‌କଷ୍ଟଡିରୁ ଫେରାର ହେଲେ ଆପ୍ ବିଧାୟକ ହର୍‌ମୀତ୍, ଲାଗିଥିଲା ଦୁଷ୍କର୍ମ ଅଭିଯୋଗ

Spread the love

ପୁଲିସ ଉପରେ ଗୁଳି ଚଳାଇ ‌କଷ୍ଟଡିରୁ ଫେରାର ହେଲେ ଆପ୍ ବିଧାୟକ ହରମିତ୍ ସିଂହ ପଠାନମାଜରା। ଦୁଷ୍କର୍ମ ଆରୋପ ଲାଗିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ହେଲେ ଆଜି ସେ ପୁଲିସ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ପଞ୍ଜାବରେ ସେ ପୁଲିସ ହେପାଜତରୁ ଖସି ପଳାଇଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ମହିଳାଙ୍କ ଅଭିଯୋଗ ଆଧାରରେ ବିଧାୟକଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟ ୨୫ତାରିଖରେ ମହିଳାଜଣଙ୍କ ଭିଡିଓ ଲିକ୍ କରିବା ଏବଂ ତାଙ୍କୁ ହତ୍ୟା ଧମକ ଦେବାର ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ଗିରଫଦାରୀର ଖବର ପାଇବା ମାତ୍ରେ ପଠାନମାଜରା ପଞ୍ଜାବରୁ ହରିୟାଣା ପଳାଇ ସେଠାରେ ଲୁଚି ରହିଥିଲେ। ପୁଲିସ ହରିୟାଣାରେ ଚଢାଉ କରି ବିଧାୟକଙ୍କୁ ଗିରଫ କରିଥିଲା ​​ଏବଂ ତାଙ୍କୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ନେଉଥିଲା। ବାଟରେ ପଠାନମାଜରା ଏବଂ ତାଙ୍କ ସହଯୋଗୀମାନେ ପୁଲିସ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ପୁଲିସ ଆହତ ହୋଇଥିଲେ। କେବଳ ଏତିକି ନୁହେଁ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ପୁଲିସ ଉପରେ କାର ଚଢ଼ାଇବାକୁ ଚେଷ୍ଟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ପଳାୟନ ସମୟରେ ହରମିତ୍ ଦୁଇଟି ଗାଡ଼ି, ଗୋଟିଏ ସ୍କୋର୍ପିଓ ଏବଂ ଗୋଟିଏ ଫର୍ଚୁନରରେ ଯାତ୍ରା କରୁଥିଲେ। ପୁଲିସ ଫର୍ଚୁନରକୁ ଜବତ କରିଛି। କିନ୍ତୁ ସ୍କୋର୍ପିଓରେ ଫେରାର ହୋଇଥିବା ବିଧାୟକଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ପୁଲିସ ଦଳ  ନିରନ୍ତର ତାଙ୍କର ପିଛା କରିବା ସହ ନାକାବନ୍ଦୀ କରିଛି।

Leave a Reply

Your email address will not be published. Required fields are marked *

error: Content is protected !!