ତିହିଡି, ୧୪.୦୭ : ଭଦ୍ରକ ଜିଲ୍ଲା ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ଛତ୍ରପଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ମତ୍ୟୁ ହୋଇଛି । ମୃତକ ଲକ୍ଷ୍ମୀଧର ବାରିକ(୬୦) ବୋଲି ଜଣାଯାଇଛ । ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରିବା ସହିତ ଶବ ଜବତ୍ କରି ବ୍ୟବଚ୍ଛେଦ କରିବା ପରେ ପରିବାରି ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି । ସୂଚନା ମୁତାବକ, ମୃତକ ଲକ୍ଷ୍ମୀଧର ଗତକାଲି ଗୋରୁଙ୍କୁ ତୋରାଣୀ ଦେଉଥିବା ବେଳେ ଗୁହାଳରେ ତାଙ୍କୁ ସର୍ପାଘାତ କରିଥିଲା । ପରିବାର ଲୋକେ ତୁରନ୍ତ ତାଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତୀ କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଲକ୍ଷ୍ମୀଧରଙ୍କ ମୃତ୍ୟୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

