ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବଈ ତରଫରୁ ରୁ ରବିବାର ୧୨ ଜୁଲାଇ ସଂନ୍ଧ୍ୟା ରେ ଏକ ଭକ୍ତିମୟ ପରିବେଶ ରେ ଗୁଗଲମିଟ ମାଧ୍ୟମରେ ମହାପ୍ରଭୁ ଙ୍କ ଭଜନ ଏବଂ କବିତା ପାଠ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବରେ କୋଠଘର ସମ୍ପାଦିକା ଅମ୍ବିକା ସ୍ୱାଇଁ ଯୋଗ ଦେଇଥିଲେ। ଗୁରୁକବି ସ୍ବର୍ଗତ ସୋମନାଥ ରାଜଗୁରୁ ଙ୍କ ସୁପୁତ୍ର ଶଶିକାନ୍ତ ରାଜଗୁରୁ କାର୍ଯ୍ୟକ୍ରମ ପୌରହିତ୍ୟ କରିଥିଲେ। ପ୍ରବାସୀ ମୁମ୍ବଈ ରୁ ମୈତ୍ରେୟୀ କମିଳା ପରିଚାଳନା ଦାୟିତ୍ୱ ରେ ରହିଥିଲେ।ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କଳ୍ପନା ମିଶ୍ର ସଂଚାଳନ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଥିଲା। ସ୍ନେହ ମିଶ୍ର, ଜ୍ୟୋତିପ୍ରଭା ପଟ୍ଟନାୟକ, ସଲୀଳା ମହାନ୍ତି,କିରଣ ମିଶ୍ର,ସୁବାସିନୀ ଦାଶ, ଈପଶିତା ପଣ୍ଡା, ସନାତନ ମହାକୁଡ଼, ମନୋରମା ମିଶ୍ର,ଜୁମରନାଥ ପାତ୍ର, ରୀତା ଅପରାଜିତା ମହାନ୍ତି, କାଶୀନାଥ ପଣ୍ଡା, କଳ୍ପନା ମିଶ୍ର, ଶଶିକାନ୍ତ ରାଜଗୁରୁ ଭଜନ ଏବଂ କବିତା ରେ ଅଂଶଗ୍ରହଣ କରିଥିଲେ।

