ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କିନ୍ଦେଇ ଥାନା ଅନ୍ତର୍ଗତ ଦେଅଭରଣ୍ଡି ନିକଟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି l ଛତିଶଗଡ଼ ରାଜ୍ୟର କର୍ତାବରୀ ଗ୍ରାମର ବାବୁଲାଲ ଗଣ୍ଡ ଆନୁମାନିକ ବୟସ ୩୭ ସେ ନିଜ ପରିବାର ସହିତ, ତାଙ୍କ ପୁରୁଣା ଗାଁ ଓଡିଶା ସୀମାନ୍ତ ହିରୀ ଗ୍ରାମକୁ ବୁଲିବାକୁ ଆସିଥିଲେ,ସହ ପରିବାର ସହିତ ହିରୀ ରୁ ବାବୁଲାଲ ଗଣ୍ଡ ଏବଂ ତାଙ୍କ ସ୍ତ୍ରୀ ଆଉ ପିଲାଙ୍କ ସହିତ ଛତିଶଗଡ଼ ଫେରୁଥିବା ସମୟରେ ଦେୟଭରଣ୍ଡି ନିକଟରେ ଏକ CG 04 MY 1502 ନମ୍ବର ଟ୍ରକ ଧକ୍କାରେ ଘଟଣାସ୍ଥଳରେ ତିନିଜଣଙ୍କ ମୁତ୍ୟୁ ଘଟିଯାଇଛି ଏବଂ ତାଙ୍କର ସ୍ତ୍ରୀ ଓ ଜଣେ ପୁଅର ଅବସ୍ଥା ସାଙ୍ଘାତିକ ଥିବାରୁ ପ୍ରଥମେ ହାଟଭରଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା ପରେ ଉମରକୋଟ ମେଡିକେଲ କୁ ସ୍ଥାନାନ୍ତର କରାଯାଇଛି l ଵର୍ତମାନ କୁନ୍ଦେଇ ପୁଲିସ ଘଟଣାସ୍ଥଳେ ପହଁଚି ଟ୍ରକକୁ ଜବତ କରିଛି, ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଟ୍ରକକୁ ଛାଡି ଚମ୍ପଟ ମାରିଚି l ଵର୍ତମାନ ଅଞ୍ଚଳବାସୀ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି l

