ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁର ପ୍ରଦୀପ ରାଉତଙ୍କ ଘରୁ ଗତ ୫ ତାରିଖ ରାତିରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାସ କରିଛି ଆଳି ପୋଲିସ । ୭ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା,ରୂପା ଅଳଙ୍କାର, ଦୁଇଟି ମୋବାଇଲ୍ ଉଦ୍ଧାର କରିଛି । ଡକାୟତିରେ ବ୍ୟବହୃତ ୩ଟି କଟୁରୀ ଓ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି ପୋଲସ । ଗତ ୫ତାରିଖ ରାତିରେ ୮ଜଣ ଡକାୟତ ପ୍ରଦୀପ ରାଉତଙ୍କ ଘରେ ପସିବା ସହ ଘରଲୋକଙ୍କ ବେକରେ ଭୁଜାଲି ଲଗାଇ ୨୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା ।

