ଭୁବନେଶ୍ୱର, ଜୁନ୍ ୨୮, ୨୦୨୬:
ଖୋର୍ଦ୍ଧା ରୋଡ୍ ଡିଭିଜନର ମାଲତୀପାଟପୁର ଏବଂ ପୁରୀ ମଧ୍ୟରେ ଏକ ରୋଡ୍ ଓଭର ବ୍ରିଜ୍ (ROB) ର ସୁରକ୍ଷିତ ସ୍ଥାପନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜରୁରୀକାଳୀନ ଇଞ୍ଜିନିୟରିଂ ଏବଂ ଟ୍ରାଫିକ୍ ବ୍ଲକ୍ କାର୍ଯ୍ୟ କରାଯିବ। ଏହା ଫଳରେ କିଛି ସମୟ ପାଇଁ କିଛି ଟ୍ରେନ୍ ସେବା ବାତିଲ, ପୁନଃନିର୍ଦ୍ଧାରିତ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) ଏବଂ ନିୟନ୍ତ୍ରିତ କରାଯିବ।
ଟ୍ରେନ୍ ବାତିଲ୍
ନିମ୍ନଲିଖିତ ଟ୍ରେନଗୁଡ଼ିକ ବାତିଲ ରହିବ
ଟ୍ରେନ ସଂଖ୍ୟା ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୯.୦୬.୨୦୨୬ ରିଖରେ ରାଉରକେଲାରୁ ଏବଂ ଟ୍ରେନ ସଂଖ୍ୟା ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ବାତିଲ ରହିବ।
ଟ୍ରେନ ସଂଖ୍ୟା ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ମେମୁ (MEMU) ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୦୩ ଖୋର୍ଦ୍ଧା ରୋଡ଼-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୬୮୪୧୬ ପୁରୀ-କଟକ ମେମୁ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୧୫ କଟକ-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୬୮୪୩୮ କଟକ-ଭଦ୍ରକ ମେମୁ ୩୦.୦୬.୨୦୨୬ ରିଖରେ କଟକରୁ ଏବଂ ଟ୍ରେନ ସଂଖ୍ୟା ୬୮୪୩୭ ଭଦ୍ରକ-କଟକ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୬୮୪୧୦ ପୁରୀ-ଖୋର୍ଦ୍ଧା ରୋଡ଼ ମେମୁ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୬୮୪୦୯ ଖୋର୍ଦ୍ଧା ରୋଡ଼-ପୁରୀ ମେମୁ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୧୨୨୭୮ ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୨୨୭୭ ହାଓ୍ୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୧୮૪୧୪ ପୁରୀ-ପାରାଦୀପ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୮૪୧୩ ପାରାଦୀପ-ପୁରୀ ଏକ୍ସପ୍ରେସ ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୫୮୪୦୬ ପାରାଦୀପ-କଟକ ପାସେଞ୍ଜର ୩୦.୦୬.୨୦୨୬ ରିଖରେ ପାରାଦୀପରୁ ଏବଂ ଟ୍ରେନ ସଂଖ୍ୟା ୫୮୪୦୫ କଟକ-ପାରାଦୀପ ପାସେଞ୍ଜର ମଧ୍ୟ ୩୦.୦୬.୨୦୨୬ ରିଖରେ ବାତିଲ ରହିବ।
ଟ୍ରେନ ସଂଖ୍ୟା ୧୮૪୧୬ ପୁରୀ-ବାରବିଲ ଏକ୍ସପ୍ରେସ ୩୦.୦୬.୨୦୨୬ ରିଖରେ ପୁରୀରୁ ଏବଂ ଟ୍ରେନ ସଂଖ୍ୟା ୧୮૪୧୫ ବାରବିଲ-ପୁରୀ ଏକ୍ସପ୍ରେସ ୦୧.୦୭.୨୦୨୬ ରିଖରେ ବାରବିଲରୁ ବାତିଲ ରହିବ।
ଟ୍ରେନଗୁଡ଼ିକର ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି
ଏହା ସହିତ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ଆଂଶିକ ବାତିଲ/ ସଂକ୍ଷିପ୍ତ-ଉତ୍ପତ୍ତି ହେବ ।
ଟ୍ରେନ ନଂ ୧୫୬૪০ କାମାକ୍ଷା-ପୁରୀ ଏକ୍ସପ୍ରେସ, ୨୮.୦୬.୨୦୨୬ରେ କାମାକ୍ଷାରୁ ଯାତ୍ରା ଆରମ୍ଭ କରି ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୧୫୬୩୯ ପୁରୀ-କାମାକ୍ଷା ଏକ୍ସପ୍ରେସ, ୩୦.୦୬.୨୦୨୬ରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୨୨୨୦୧ ଶିଆଲଦା-ପୁରୀ ଦୁରନ୍ତ ଏକ୍ସପ୍ରେସ, ୨୯.୦୬.୨୦୨୬ରେ ଶିଆଲଦାରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୨୨୨୦୨ ପୁରୀ-ଶିଆଲଦା ଦୁରନ୍ତ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୧୨୧૪୫ ଲୋକମାନ୍ୟ ତିଳକ ଟର୍ମିନସ-ପୁରୀ ଏକ୍ସପ୍ରେସ, ୨୮.୦୬.୨୦୨୬ରେ ଲୋକମାନ୍ୟ ତିଳକ ଟର୍ମିନସରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ପ୍ରତ୍ୟାବର୍ତ୍ତନକାରୀ ଟ୍ରେନ ନଂ ୧୨୧୪୬ ପୁରୀ-ଲୋକମାନ୍ୟ ତିଳକ ଟର୍ମିନସ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୬୮୪୫୦ ଦଶପଲ୍ଲା-ପୁରୀ ମେମୁ (MEMU), ୩୦.୦୬.୨୦୨୬ରେ ଦଶପଲ୍ଲାରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୪୯ ପୁରୀ-ଦଶପଲ୍ଲା ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୬୮୪୨୧ ଅନୁଗୋଳ-ପୁରୀ ମେମୁ, ୩୦.୦୬.୨୦୨୬ରେ ଅନୁଗୋଳରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୨୨ ପୁରୀ-ଅନୁଗୋଳ ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୬୮୪୧୪ ପୁରୀ-ତାଳଚେର ମେମୁ, ୩୦.୦୬.୨୦୨୬ରେ ପୁରୀରୁ ଛାଡ଼ିବା ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ ଏବଂ ଟ୍ରେନ ନଂ ୬୮୪୧୩ ତାଳଚେର-ପୁରୀ ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ।
ଟ୍ରେନ ନଂ ୧୮୪୦୧ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ, ୩୦.୦୬.୨୦୨୬ରେ ବାଙ୍ଗିରିପୋଷିରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୧୮୪୦୨ ପୁରୀ- ବାଙ୍ଗିରିପୋଷି ଏକ୍ସପ୍ରେସ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନ ନଂ ୬୮୪୪୧ ଜଳେଶ୍ୱର-ପୁରୀ ମେମୁ, ୩୦.୦୬.୨୦୨୬ରେ ଜଳେଶ୍ୱରରୁ ଯାତ୍ରା ଆରମ୍ଭ କରି ଖୋର୍ଦ୍ଧା ରୋଡ଼ରେ ସର୍ଟ-ଟର୍ମିନେଟ ହେବ ଏବଂ ଟ୍ରେନ ନଂ ୬୮୪୪୨ ପୁରୀ-ଜଳେଶ୍ୱର ମେମୁ, ସେହି ଦିନ ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରିବ।
ଟ୍ରେନଗୁଡ଼ିକର ସମୟ ପରିବର୍ତ୍ତନ (Rescheduling of Trains)
ଟ୍ରେନ ନଂ ୧୨୮୮୭ ଶାଲିମାର-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ, ଯାହାକି ୨୯.୦୬.୨୦୨୬ ରେ ୨୦:୩୫ ଘଣ୍ଟାରେ ଶାଲିମାରରୁ ଯାତ୍ରା ଆରମ୍ଭ କରିବାର ଥିଲା, ତାହାକୁ ୫ ଘଣ୍ଟା …

