ବର୍ତ୍ତମାନ ଟେକ୍ ଜଗତରେ Appleକୁ ନେଇ ପୁଣି ଥରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ମିଳୁଛି ଯେ, କମ୍ପାନି ତା’ର ପ୍ରଥମ ଫୋଲ୍ଡେବଲ୍ iPhone ସହ ଏକ ନୂଆ ସ୍ମାର୍ଟ ରିଙ୍ଗ ଲଞ୍ଚ କରିପାରେ ବୋଲି ଆଶା କରାଯାଉଛି । ଯାହାର ନାମ iRing ହୋଇପାରେ । ଯାହା ମାର୍କେଟରେ ଇନୋଗେଟିଭ୍ କ୍ରେଜ୍ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି । ଯଦି ଏପରି ହୁଏ, ତେବେ ସ୍ମାର୍ଟ ୱେୟାରେବଲ୍ ବଜାରରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିପାରେ ।
୨୦୨୪ ମସିହାରେ ସାମସଙ୍ଗ ଏହାର ପ୍ରଥମ ଗାଲାକ୍ସି ରିଙ୍ଗ ଲଞ୍ଚ କରିଥିଲା । ସାମସଙ୍ଗ ପରେ, ଆପଲ୍ ଏବେ ଏହାର ପ୍ରଥମ ସ୍ମାର୍ଟ ରିଙ୍ଗ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ରିଙ୍ଗକୁ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍ ସହିତ ପ୍ରଚଳନ କରାଯାଇପାରେ। କମ୍ପାନୀ ଖୁବ୍ ଶୀଘ୍ର ଏହାକୁ ଘୋଷଣା କରିବ ବୋଲି ଆଶା କରାଯାଉଛି । ସ୍କାର୍ଟ ରିଙ୍ଗ ଏବେ ଡେଭଲପମେଣ୍ଟ ଫେଜରେ ରହିଛି । ହେଲେ ଏହି ସ୍ମାର୍ଟ ରିଙ୍ଗ ସମ୍ପର୍କରେ ବର୍ତ୍ତମାନ କୌଣସି ଘୋଷଣା କରାଯାଇନାହିଁ । ବର୍ତ୍ତମାନ Samsung ତା’ର Galaxy Ring ମାଧ୍ୟମରେ ସ୍ମାର୍ଟ ରିଙ୍ଗ ବଜାରରେ ଭଲ ସ୍ଥାନ ହାସଲ କରିଛି । ଏଭଳି ସ୍ଥିତିରେ Samsung Galaxy Ringକୁ iRing କଡ଼ା ଟକ୍କର ଦେଇପାରେ ।
ସୂଚନା ଅନୁସାରେ, iRingରେ ହାର୍ଟ ରେଟ୍, ବଡି ଟେମ୍ପରେଚର, ଦୈନିକ ପଦକ୍ଷେପ, ବ୍ୟାୟାମ ଟ୍ରାକିଂ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫିଚର୍ସ ମିଳିପାରେ । ଏହା Appleର Health App ଏବଂ Apple Watch ସହ ସହଜରେ କନେକ୍ଟ ହୋଇ କାମ କରିପାରେ । ଏହା ସହିତ ଅନେକ ଦିନର ବ୍ୟାଟେରୀ ଲାଇଫ୍ ପ୍ରଦାନ କରିପାରେ । ଆପଲର ସ୍ମାର୍ଟ ରିଙ୍ଗ ବ୍ୟତୀତ, ସାମସଙ୍ଗ ଗାଲାକ୍ସି ରିଙ୍ଗର ଦ୍ୱିତୀୟ ଭର୍ସନ ମଧ୍ୟ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏହି ବର୍ଷ ଗାଲାକ୍ସି ରିଙ୍ଗ ୨ ପ୍ରଚଳନ କରିପାରେ ।
Samsung Galaxy Ring ରେ ୭ ଦିନର ବ୍ୟାଟେରୀ ଲାଇଫ୍ ସହିତ ଏକ ସ୍ମାର୍ଟ ପିନ୍ଧିବା ଯୋଗ୍ୟ ଡିଭାଇସ୍ ରହିଛି। Samsung ଏହାକୁ କଳା, ରୂପା ଏବଂ ସୁନା ରଙ୍ଗରେ ପ୍ରଦାନ କରେ। ଏହା ଏକ ବ୍ୟାପକ ସ୍ୱାସ୍ଥ୍ୟ ଟ୍ରାକିଂ ସିଷ୍ଟମ ସହିତ ସଜ୍ଜିତ।ଏହା ଆପଣଙ୍କ ଆଙ୍ଗୁଠି ଆକାରକୁ ଫିଟ୍ କରିବା ପାଇଁ ଡିଜାଇନ୍ କରାଯାଇଛି।
ଯଦି Apple ସତରେ ଫୋଲ୍ଡେବଲ୍ iPhone ସହ iRing ଲଞ୍ଚ କରେ, ତେବେ ଏହା କେବଳ Apple ପ୍ରେମୀଙ୍କ ପାଇଁ ନୁହେଁ, ସମଗ୍ର ସ୍ମାର୍ଟଫୋନ୍ ଓ ୱେୟାରେବଲ୍ ମାର୍କେଟ ପାଇଁ ଏକ ବଡ଼ ପରିବର୍ତ୍ତନ ହେବ । ଏବେ ସମସ୍ତଙ୍କ ନଜର Appleର ପରବର୍ତ୍ତୀ ବଡ଼ ଘୋଷଣା ଉପରେ ରହିଛି ।

