ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଅନୁରୂପ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତକେନ୍ଦ୍ରରେ ଆୟୋଜିତ ଶିବିରକୁ ବିଧାୟକ ମାନସ କୁମାର ଦତ୍ତ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଓଡଙ୍ଗୀ ପଂଚାୟତର ନିଧିପଣ୍ଡା ସ୍ଥିତ ଲକି କଲ୍ୟାଣ ମଣ୍ଡପ ଠାରେ ଅନ୍ୟ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବିଧାୟକ ଶ୍ରୀ ଦତ୍ତ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମଗ୍ର ରାଜ୍ୟ ପାଇଁ ଗର୍ବ ଓ ଗୌରବ । ତାଙ୍କର ରାଷ୍ଟ୍ରସେବାରେ ସମର୍ପିତ ସେବା ଯୁବ ମାନସ ପାଇଁ ପ୍ରେରଣାର ଉତ୍ସ ହୋଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଦାୟିତ୍ୱ ସୁଚାରୂ ରୂପେ ନିର୍ବାହ ପୂର୍ବକ ଓଡିଶା ପାଇଁ ଶ୍ରୀ ପ୍ରଧାନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରକ୍ତଦାନ ଭଳି ମହତ ସେବା ମାଧ୍ୟମରେ ସମାଜରେ ଏକ ସକାରାତ୍ମକ ବାର୍ତା ପହଂଚାଇବା ଲକ୍ଷ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଜନ୍ମ ଦିବସକୁ ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ପାଳନ ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୟାଧର ବେହେରା, କାହ୍ନୁ ଚରଣ ମହାଳିକ,ଗୌରାଙ୍ଗ ଚନ୍ଦ୍ର ଦାଶ, ରବିନାରାୟଣ ମହାପାତ୍ର, ପର୍ଶୁରାମ ବେହେରା, କାର୍ତ୍ତିକ ରାଉତ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଟାଟାର୍ଜି, ରଞ୍ଜନ ଦାଶ, ଅନିରୁଦ୍ଧ ପ୍ରଧାନ, ଶକ୍ତିପଦ ରାୟ, ବିକାଶ ପାଢ଼ୀ, ସୋଭାଗ୍ୟ ମାନସ ନାୟକ,ପିତାମ୍ବର ଭୂୟାଁ, ବିଶ୍ୱନାଥ ନାୟକ, ଜୀବନ ସାମଲ, ସୁଭାଷ ଖଟୁଆ, ସଂଗୀତା ପରିଡା, ଅଶୋକ ଦାଶ, ବୀରେନ୍ଦ୍ର ସେନାପତି, ବିଜୟ ଦାଶ, ହରେନ୍ଦ୍ର ପ୍ରଧାନ, ଘନଶ୍ୟାମ ଗିରି, ରବିନାରାୟଣ ପାଣିଗ୍ରାହୀ, ଗଣେଶ ପରିଡା, ରମେଶ ତପସ୍ୱୀ, ପ୍ରଶାନ୍ତ କର, ଯମୁନା ମହାଳିକ ପ୍ରମୁଖ ଏହି ଶିବିରଗୁଡିକରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

