ବାଲେଶ୍ୱର ଜିଲ୍ଲାର ବିଭିନ୍ନ ରେଳ ସମ୍ବନ୍ଧୀୟ ଜନସ୍ୱାର୍ଥ ଦାବି ଉପସ୍ଥାପନ କରିଥିଲେ।
ସେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ—
▪️ ବାଲେଶ୍ୱର ମୁଖ୍ୟ ରେଳ ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ସମାପ୍ତି।
▪️ ଅମର୍ଦ୍ଦା ରୋଡ଼ ରେଳ ଗେଟ୍ ନଂ–୫୭ ଠାରେ ଫ୍ଲାଏଓଭର ସେତୁ ନିର୍ମାଣ।
▪️ ଗୋପୀନାଥପୁର–ନୀଳଗିରି ରେଳ ଷ୍ଟେସନରେ PRS (Passenger Reservation System) ବ୍ୟବସ୍ଥା ପ୍ରଚଳନ।
▪️ ମାର୍କୋଣା ରେଳ ଷ୍ଟେସନରେ ଇଷ୍ଟକୋଷ୍ଟ ଏକ୍ସପ୍ରେସର ରହଣି ପୁନଃସ୍ଥାପନ।
▪️ ଜଳେଶ୍ୱର–ଚନ୍ଦନେଶ୍ୱର ରେଳ ପ୍ରକଳ୍ପର ସ୍ଥିତି, ଜମି ଅଧିଗ୍ରହଣର ପ୍ରଗତି ଏବଂ ଦୀଘା ପର୍ଯ୍ୟନ୍ତ ସମ୍ପ୍ରସାରଣ।
▪️ ବାଲେଶ୍ୱର–ଭୁବନେଶ୍ୱର–ବାଲେଶ୍ୱର MEMU ଟ୍ରେନ (୬୮୪୦୭/୬୮୪୦୮) କୁ ଗୋପୀନାଥପୁର–ନୀଳଗିରି ପର୍ଯ୍ୟନ୍ତ ସମ୍ପ୍ରସାରଣ।
▪️ ଜଳେଶ୍ୱର–ପୁରୀ MEMU ଟ୍ରେନ ନଂ–୬୮୪୪୧ରେ ଅତିରିକ୍ତ ବଗି ସଂଯୋଜନ।
▪️ ଗୋପୀନାଥପୁର–ନୀଳଗିରି–ବାଲେଶ୍ୱର ଲୋକାଲ ଟ୍ରେନର ବଡୁଆ ଷ୍ଟେସନରେ ରହଣି।
▪️ ବାଲେଶ୍ୱରରୁ ଅହମଦାବାଦ ଓ ମୁମ୍ବାଇ ପାଇଁ ନୂତନ ଟ୍ରେନ ସେବା ଆରମ୍ଭ।
▪️ ନୀଳଗିରି–ବାଲେଶ୍ୱର ଲୋକାଲ ଟ୍ରେନ ସେବାକୁ ପୁରୀ ଓ କଲିକତା ପର୍ଯ୍ୟନ୍ତ ସମ୍ପ୍ରସାରଣ।
▪️ ଢେଙ୍କୁଖୋଜା ଗ୍ରାମର ଉତ୍ତର ପାର୍ଶ୍ୱରୁ ନୂଆଗାଁ ମୟୂରଭଞ୍ଜ ରୋଡ଼ ରେଳ ଷ୍ଟେସନ ବୁକିଂ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆପ୍ରୋଚ୍ ରୋଡ଼ ନିର୍ମାଣ।
▪️ ନୂଆଗାଁ ମୟୂରଭଞ୍ଜ ରୋଡ଼ ରେଳ ଷ୍ଟେସନରୁ ଜଳକା ନଦୀ ପର୍ଯ୍ୟନ୍ତ ସ୍ଥାୟୀ କଂକ୍ରିଟ ଡ୍ରେନ ନିର୍ମାଣ।
▪️ ବ୍ରିଜ୍ ନଂ–୨୩୬ ତଳେ କୃଷି ଜମିକୁ ଯାତାୟାତ ପାଇଁ ପଦଚାରୀ ପଥ ଓ କଲଭର୍ଟ ନିର୍ମାଣ।
▪️ ଅମର୍ଦ୍ଦା ରୋଡ଼ ରେଳ ଷ୍ଟେସନରେ PRS କାଉଣ୍ଟର ପ୍ରଚଳନ।
▪️ ଲେଭେଲ୍ କ୍ରସିଂ ନଂ–୪୬ ଠାରେ ROB କିମ୍ବା LHS ନିର୍ମାଣ।
▪️ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରସ୍ତାବର ସ୍ଥିତି।
▪️ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ (୧୮୪୧୦/୧୮୪୧୧) ର ଅମର୍ଦ୍ଦା ରୋଡ଼ ଷ୍ଟେସନରେ ରହଣି ପୁନଃସ୍ଥାପନ।
▪️ ଖନ୍ତାପଡ଼ା ରେଳ ଷ୍ଟେସନ ଫ୍ଲାଏଓଭର ଓ ଆପ୍ରୋଚ୍ ରୋଡ଼ ନିର୍ମାଣ କାର୍ଯ୍ୟର ସମାପ୍ତି ସମୟ।
▪️ ଖନ୍ତାପଡ଼ା ରେଳ ଷ୍ଟେସନରେ ବାଙ୍ଗିରିପୋଷି–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍ (୧୮୪୦୧) ର ରହଣି।
▪️ ପଣପଣା ରେଳ ଷ୍ଟେସନରେ ଖଡ଼ଗପୁର–ଖୋର୍ଦ୍ଧା ରୋଡ଼ ଫାଷ୍ଟ ପାସେଞ୍ଜର (୧୮୦୨୧) ର ରହଣି।
▪️ ଖଣ୍ଡାହାର ଲେଭେଲ୍ କ୍ରସିଂ ନଂ–୭୧ ଠାରେ ପ୍ରଶସ୍ତ ଉଚ୍ଚସ୍ତରୀୟ ସେତୁ ନିର୍ମାଣ।
▪️ ବାଲେଶ୍ୱର ରେଳ ଷ୍ଟେସନରେ ଦୁରନ୍ତ ଏକ୍ସପ୍ରେସ୍ (୧୨୨୪୫) ର ରହଣି ପ୍ରଦାନ।
▪️ କୋଭିଡ୍ ସମୟରେ ପରିବର୍ତ୍ତିତ ଧଉଳି ଏକ୍ସପ୍ରେସ୍ର ସମୟସୂଚୀକୁ ପୂର୍ବବତ୍ କରିବା, ଯାହା ଦ୍ୱାରା ବାଲେଶ୍ୱରରୁ ଭୁବନେଶ୍ୱର ଯାତ୍ରୀମାନେ ଉପକୃତ ହେବେ।
▪️ ଇଶାଣପୁର ଗ୍ରାମ ନିକଟସ୍ଥ ଏଲ୍.ସି. ଗେଟ୍ ନଂ–୭ ଠାରେ ରୂପସା–ବାରିପଦା ଶାଖା ରେଳପଥରେ ପ୍ରସ୍ତାବିତ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଅବଗତ କରାଇବା।
ଏହା ବ୍ୟତୀତ ବାଲେଶ୍ୱର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ପୂର୍ବରୁ ଉପସ୍ଥାପିତ ହୋଇଥିବା ଫ୍ଲାଏଓଭର ବ୍ରିଜ୍, ସର୍ଭିସ୍ ରୋଡ଼, ଫୁଟ୍ ଓଭର ବ୍ରିଜ୍ ଆଦି ପ୍ରକଳ୍ପର ଅନୁମୋଦନ ଓ କାର୍ଯ୍ୟାଦେଶ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।
ବାଲେଶ୍ୱର ମୁଖ୍ୟ ରେଳ ଷ୍ଟେସନ ବ୍ୟତୀତ ଜଳେଶ୍ୱର, ବେତନୋଟି, ରୂପସା, ଅମର୍ଦ୍ଦା ରୋଡ଼, ଟିକିରାପାଳ, ବସ୍ତା, ଖନ୍ତାପଡ଼ା, ପଣପଣା, ସୋର, ମାର୍କୋଣା ଓ ଗୋପୀନାଥପୁର–ନୀଳଗିରି ଅଞ୍ଚଳର ବିଭିନ୍ନ ରେଳ ସୁବିଧାର ଉନ୍ନତି ପାଇଁ ମଧ୍ୟ ସେ ଦାବି ରଖିଥିଲେ।
ଏହି ବୈଠକରେ ଅନେକ ସାଂସଦ, ସମସ୍ତ ZRUCC ସଦସ୍ୟ ଏବଂ ରେଳବାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବାଲେଶ୍ୱରରୁ ZRUCC ସଦସ୍ୟ ଭାବେ ଶ୍ରୀ ମୋହିତ ପୋଦାର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

