ତିହିଡି, ୧୪.୦୮ : ଆଧୁନିକତାର ବଳୟ ମଧ୍ୟରେ ଦିନକୁ ଦିନ ରଜ ପର୍ବ ସେମତ ବିଭିନ୍ନ ପରମ୍ପରା ହଜି ଯାଉଛି । ସହରୀ କରଣ ମଧ୍ୟରେ ଲୋକେ ପୂରାପୁରି ବ୍ୟସ୍ତ । ଅର୍ଥ ଉପାର୍ଜନର ନିଶା ସମସ୍ତଙ୍କୁ ବାଇଆ କରୁଛି । ନାମକୁ ମାତ୍ର ପର୍ବ ପାଳନ କରି କାମଧନ୍ଦାକୁ କେମିତି ବାହାରିବେ ସେଇଆ ଚିନ୍ତା କରୁଥିବାରୁ ପର୍ବପର୍ବାଣୀ ଗୁଡିକୁ ଦିନକୁ ଦିନ ଫିକା ପଡିବାରେ ଲାଗି । ଓଡିଶା ସଂସ୍କୃତିର ବଡ ପର୍ବ ରଜ ଉତ୍ସବ । ଏହା ୪ ଦିନ ଧରି ପାଳିତ ହୋଇଥାଏ ।

ଏହି ସମୟ ମଧ୍ୟରେ ଚାଷୀ ବାପୁଡା କୌଣସି ଚାଷ କାମ କରେ ନାହିଁ । ଏହି ସମୟରେ ଗାଁ ଗଣ୍ଡାରେ ଜଗନ୍ନାଥଙ୍କର ସପ୍ତାପୂଜା ଲୋକଙ୍କୁ ଧାର୍ମିକ ମନୋଭାବକୁ ଆନ୍ଦୋଳିତ କରିଥାଏ । ଏତତ୍ ବ୍ୟତିତ ପିଠା ପଣା, ନୂଆ ବସ୍ତ୍ର ପରିଧାନ ସହିତ ରଜଦୋଳି ରଜକୁ ସରସ ସୁନ୍ଦର କରିଥାଏ । ତେବେ ଜନସଂଖ୍ୟା ବୃଦ୍ଧି ହେବା କାରଣ ତଥା ଲୋକଙ୍କ ଇଛା ଶକ୍ତିର ଅଭାବରୁ ଆଉ ଆଗ ପରି ରଜ ଦୋଳି ଦେଖିବାକୁ ମିଳୁନି । ତେବେ ଏହି ପରମ୍ପରାଗତ ରଜ ପର୍ବକୁ ଉଜ୍ଜୀବିତ କରିବା ଲାଗି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ କାସିନ୍ଦପୁର ଗ୍ରାମର ଯୁବ ଗୋଷ୍ଠି ଉଦ୍ୟମ ଆରମ୍ଭ କରିଛନ୍ତି । ଗାଁ ମୁଣ୍ଡରେ ସ୍ଥାପିତ ପଞ୍ଚମୁଖି ହନୁମାନ ମନ୍ଦିର ପରିସରରେ ପହିଲି ରଜ ଅବସରରେ ଏକ ପାର୍କକୁ ରଜ ଅବସରରେ ସମସ୍ତଙ୍କ ପାଇଁ ଲୋକାର୍ପିତ କରାଯିବା ସହିତ ରଜଦୋଳି ନିର୍ମାଣ କରା ଯାଇଛି । ଯେଉଁଥିରେ ଯୁବତୀଙ୍କ ସମେତ ଗାଁ ବୋହୁମାନେ ଦୋଳି ଖେଳିବାର ସୁଯୋଗ ପାଉଛନ୍ତି । ଏହି ରଜଦୋଳିକୁ ନେଇ ବାସନ୍ତୀ ସାହୁ, ବିଜୟଲକ୍ଷ୍ମୀ ମିଶ୍ର, ଶୁଭଦ୍ରା ସାହୁ, ସଂଘମିତ୍ରା ସାହୁ ପ୍ରମୁଖ ମହିଳାମାନେ ବେଶ ଖୁସିଥିବା ଜଣାଯାଇଛି । ବଜରଙ୍ଗବାଲୀ ଯୁବ ପରିଷଦର ସଭାପତି ଚନ୍ଦ୍ରମଣି ସାହୁ, ସମ୍ପାଦକ ଚିନ୍ମୟ ମିଶ୍ରଙ୍କ ସମେତ ଶଶିକାନ୍ତ ସାହୁ, ସତ୍ୟଜିତ ସାହୁ, ସୂର୍ଯ୍ୟମଣି ସାହୁ, ସୁରେଶ ମିଶ୍ର, ଲକ୍ଷ୍ମୀଧର ସାହୁ, ମଳୟ ମିଶ୍ର, ସଞ୍ଜୟ ମିଶ୍ରଙ୍କ ସମେତ ନରହରି ସାହୁ, କୃଷ୍ଣଚନ୍ଦ୍ର ସାହୁ, ନିଳମଣି ସାହୁ, ଆନନ୍ଦ ସାହୁ ପ୍ରମୁଖ ଗ୍ରାମବାସୀ ପରିଚାଳନା କରୁଥିବା ଜଣା ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

