ବିଶ୍ୱର ସବୁଠାରୁ ଲୋକପ୍ରିୟ ଜନନେତା ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ କାଳ ପର୍ଯ୍ୟନ୍ତ ଦେଶସେବାର ରେକର୍ଡ ହାସଲ କରିଥିବା ବେଳେ ଏହି ଦିବସକୁ ଅଧିକ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛାନୁଆ ପଂଚାୟତର ସଂଖ୍ୟାଧିକ ବିଜେଡ଼ି ଓ କଂଗ୍ରେସ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ନବାଗତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ । ବିଗତ ୧୨ବର୍ଷ ଧରି ଦେଶର ବିକାଶଧାରାକୁ ଶୀର୍ଷରେ ପହଂଚାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକ ଲୋକକଲ୍ୟାଣ ଯୋଜନା ଆଜି ଗ୍ରାମାଂଚଳର ଘରେ ଘରେ ପହଂଚିପାରିଛି । ସେହିପରି ୨୪ବର୍ଷର କୁଶାସନକୁ ହଟାଇ ରାଜ୍ୟରେ ଜନସେବାର ପ୍ରତୀକ ସାଜିଥିବା ଲୋକଙ୍କ ସରକାର ୨ବର୍ଷ ମଧ୍ୟରେ ଗ୍ରାମାଂଚଳରେ ବିକାଶର ନୂଆ ଦିଗ ଦେଖାଇଛି । ଏହି ବିକାଶ ଧାରାରେ ନିଜକୁ ସାମିଲ କରିବା ପାଇଁ ଗ୍ରାମ୍ୟ ରାଜନୀତିର ଧୂରୀଣ ନେତା ଓ ତାଙ୍କ ସମର୍ଥକମାନେ ବିଜୁ ଜନତା ଦଳ ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ସୂଚନା ଦେଇଥିଲେ ।

ଏହି ମିଶ୍ରଣ ପର୍ବରେ ଭଜକୃଷ୍ଣ ମାଝୀ, ରମେଶ ବେହେରା, ପ୍ରତାପ ବେହେରା, ଅଭୟ ବେହେରା, ଦୀନବନ୍ଧୁ ବେହେରା, ସନ୍ତୋଷ ନାୟକ, ପ୍ରସନ୍ନ ଦାସ, ସୁନୀଲ ମାଝୀ, ବାସୁଦେବ ମଲ୍ଲିକ, ଦୁଙ୍ଗା ମାଝୀ, ସମରୟ ମାଝୀ, ସୁଶୀଲ ମଣ୍ଡଳ, ଦେବୁ ଜେନା, ବିଶ୍ୱନାଥ ଦାରୁ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆସନ୍ତା ପଂଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ସ୍ୱରୂପ ବିଜେପି ସମସ୍ତ ପଂଚାୟତରେ ଶାସନ ବ୍ୟବସ୍ଥାକୁ ଦଖଲ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ନିକଟ ଭବିଷ୍ୟତରେ ବ୍ୟାପକ ଭାବେ ଏହିଭଳି ମିଶ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନ୍ୟ ଦଳର ହଜାର ହଜାର କର୍ମୀ ଓ ସମର୍ଥକ ବିଜେପିରେ ଯୋଗଦେବେ ବୋଲି ଶ୍ରୀ ଦତ୍ତ ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଲୋକଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିବା ନବାଗତ କର୍ମୀମାନେ କହିଥିଲେ । ଏହି ମହା ମିଶ୍ରଣ ପର୍ବରେ ଲୋକନାଥ ଭୂୟାଁ, ଭାଗ୍ୟଧର ଦାସ, ବିଜୟ ନାୟକ, ବିଜୟ ଦାସ, ଆରତୀ ନାୟକ, ମିନତୀ ନାୟକ, ଲକ୍ଷ୍ମୀଧର ମନ୍ତ୍ରୀ, ସୁବାଷ ବେହେରା, ବିକାଶ ଦାସ, ବଂଶୀଧର ପାତ୍ର, ରତ୍ନାକର ବେହେରା, ସତ୍ୟ ପାତ୍ର ପ୍ରମୁଖଙ୍କ ସମେତ ଛାନୁଆ ପଂଚାୟତର ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

