ପୁରୀ : ଅଟୋ ଚାଳକଙ୍କୁ ଚପଲ ମାଡ । ମହିଳା ମାଡ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପୁରୀ ବାଲିସାହିରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଆଜି ଶ୍ରୀମନ୍ଦିର ସମ୍ମୁଖ ବାଲିସାହି ରାସ୍ତା କାମ ସରିଥିଲା । ପ୍ରତିଦିନ ପରି ଆଜି ମଧ୍ୟ ଅନେକ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଜନଗହଳିପୂର୍ଣ୍ଣ ଏହି ରାସ୍ତାର ଅନେକ ଅଟୋ ଚଳାଚଳ କରୁଥିବାରୁ ଏହି ରାସ୍ତା ଆହୁରି କାମ ହୋଇ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି । ଆଜି ଏଭଳି ଟ୍ରାଫିକ ଜାମରେ ଫସିଯାଇଥିଲେ କିଛି ମହିଳା ଓ ଯୁବତୀ । ଏହି ସମୟରେ ଏକ ଅଟୋ ଆସୁଥିବାରୁ ଯିବା ଆସିବା କଷ୍ଟକର ହୋଇପଡ଼ିଥିଲା । ଅଟୋ ଚାଳକ ଅଯଥା ଯୁକ୍ତି କରିବାରୁ ମହିଳା ଉତକ୍ଷିପ୍ତ ହୋଇ ଅଟୋ ଚାଳକଙ୍କୁ ଚପଲରେ ମାଡ ମାରୁଥିବା ଭିଡିଓ ଭାଇତାଲ ହୋଇଛି । ଖବର ପାଇ ଟ୍ରାଫିକ ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

