ତିହିଡି- ଭଦ୍ରକ ଜିଲ୍ଲା ତିହିଡି ବ୍କକ ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲର ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଆରୁହା ପରିସରରେ ଓଡିଶା ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟ, ପୀରହାଟ ସମ୍ବାଦ ସାହିତ୍ୟି ଘର ଓ ଆମେତ ଭାଗ୍ୟବାନ ପିଲାରେ ସୃଜନଶୀଳ ସଂଗଠନର ମିଳିତ ଆନୁକୂଲ୍ୟରେ ଉକ୍ତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇ ଯାଇଛି। ସାହିତ୍ୟିକ ତଥା ଶିକ୍ଷାବିତ୍ ଦେବ କିଶୋର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଭୟ କୁମାର ଦାସ, ଭଦ୍ରକ ମହିଳା ମହାବିଦ୍ୟାଳୟ, ବରିଷ୍ଠ ସାହିତ୍ୟିକ ଉମାକାନ୍ତ ମିଶ୍ର, ବର୍ଷିୟାନ୍ ସାହିତ୍ୟିକ ନିରଞ୍ଜନ ନାୟକ, ପ୍ରାବନ୍ଧିକ ବିଭୁତି ଭୂଷଣ ସେନାପତି, ସାହିତ୍ୟିକ ମଥୁରା ମୋହନ ବେହେରା, ପ୍ରଧାନ ଶିକ୍ଷକ ବିଶ୍ବନାଥ ପଣ୍ଡା ଓ ମାଧପୁର କ୍ଲଷ୍ଟର ସଂଯୋଜକ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଶ୍ରୀ ମହାନ୍ତିଙ୍କ ନିରବଛିନ୍ନ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାପାତ୍ର, କୃପାସିନ୍ଧୁ ମହାନ୍ତି, ଗୟାଧର ନାୟକ, ଗୋଲୋକ ପ୍ରସାଦ ବୈୟାରୀ, ରବିନ୍ଦ୍ର କୁମାର ସେନାପତି, ଆଶୁତୋଷ କରଣ, ଅରୁଣ କୁମାର ପଣ୍ଡା, ବଳରାମ ମଲ୍ଲିକ, ଦେବେନ୍ଦ୍ର ନାଥ ବାରିକ, ବିଜୟ କୁମାର ପଣ୍ଡା, ସଦାନନ୍ଦ ତ୍ରିପାଠୀ, ବିପ୍ଳବ କୁମାର ନାୟକ, ନିତ୍ୟାନନ୍ଦ ମଲ୍ଲିକ, ଦାମୋଦର ସେନାପତି, ମୁରଲୀଧର ଦାସ, ରାଜେଶ କୁମାର ସେଠୀ, ଦୈତାରୀ ନାୟକ, ସନ୍ତୋଷ କୁମାର ପଣ୍ଡା, ଅଭୟ କୁମାର ସେନାପତି, ଅଶୋକ କୁମାର ନାୟକ, ବୈକୁଣ୍ଠ ନାଥ ନାୟକ, ଗୟାଧର ପରିଡ଼ା, ସୁଧାରଞ୍ଜନ ମହାନ୍ତି, ରତ୍ନାକର ସାହୁ, ରଞ୍ଜୁଲତା ଗାହାଣ ରଶ୍ମିତା ମହାନ୍ତି, ପ୍ରତୀକ୍ଷା ନାୟକ, ବିଷ୍ଣୁପ୍ରିୟା ରାଉଳ, ଶୁଭଶ୍ରୀ ବଳ, ପ୍ରଜ୍ଞା ପଲାଇ, ସଞ୍ଜିବ କୁମାର ବାରିକ, ସତ୍ୟଜିତ ବେହେରା, ବିପିନ ପଣ୍ଡା, ରଶ୍ମିତା ମହାନ୍ତି, ଶରତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ଜୟନ୍ତ କୁମାର ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଅବସର ସମୟ ସୁଖମୟ ହେଉ ବୋଲି କାମନା କରା ଯାଇଥିଲା। ପ୍ରାରମ୍ଭରେ ଶିକ୍ଷକ ସୁବାସ ଦାସଙ୍କ ଦ୍ଵାରା ସ୍ବାଗତ ଭାଷଣ, ରବି ମହାନ୍ତିଙ୍କ ଦ୍ଵାରା ଅତିଥି ପରିଚୟ ଓ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଦାୟ ସଙ୍ଗୀତ ଗାନ କରା ଯାଇଥିଲା। ଶେଷରେ କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ।
ଜଣେ କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଶିକ୍ଷକର ଅବସର ନଥାଏ ବୋଲି ମତପ୍ରକାଶ ପାଇଥିଲା। ଅବସର ଏକ ସୁଯୋଗ, ଏହାର ସଦୁପଯୋଗ କରିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

