ଭୁବନେଶ୍ବର: ରାଜ୍ୟ ଅମଲା ସଂଘର ଆନ୍ଦୋଳନ ୧୫ ଦିନ ପରେ ଆଜି ଏଥିରୁ ଓହରିଛନ୍ତି ଅମଲା। ଆଜି ସମସ୍ତ ଅମଲା କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଯାଇଛି। ବନ୍ୟା ପରିସ୍ଥିତି ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରି ଆନ୍ଦୋଳନ ସ୍ଥଗିତ ରଖାଗଲା. ସରକାର କହିଛନ୍ତି ଯେ ଦାବି ଉପରେ ତର୍ଜମା ଚାଲିଛି। ଏନେଇ ସଂଘର ସଭାପତି ତ୍ରିପତି ବାଲାଜୀ ସୂଚନା ଦେଇଛନ୍ତି।
ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। ଅପର ପକ୍ଷରେ ସରକାର ସେମାନଙ୍କୁ ପୁଣି ନାଲି ଆଖି ଦେଖାଇଛନ୍ତି। ସମୂହ ଛୁଟିରେ ଯାଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଏହାକୁ ନେଇ ପରିସ୍ଥିତି ଆହୁରି ସଙ୍ଗୀନ୍ ହୋଇପଡ଼ିଛି। ଜିଲ୍ଲା ସ୍ତରରେ ଲୋକମାନେ ରାଜସ୍ବ ସେବାରୁ ବଞ୍ଚିତ ହୋଇ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

