ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ । କୋଟଗଡ଼ ବନାଞ୍ଚଳରୁ ୨୩ ଖଣ୍ଡ ୪୦ ଫୁଟ ଲମ୍ବର ଧଉରା କାଠ ପଠାଯାଇଛି । ମହାପ୍ରଭୁଙ୍କ ଘୋଷ ଯାତ୍ରା ପାଇଁ ରଥ କାଠ କୋଟଗଡ଼ରୁ ବାଲିଗୁଡାରେ ପହଞ୍ଚିବା ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୂଜାର୍ଚନା ସହ ବନ୍ଦାପନା କରାଯାଇଥିଲା । କନ୍ଧମାଳ ଜିଲ୍ଲାପାଳ, ବାଲିଗୁଡା ଉପଜିଲ୍ଲାପାଳ, ବାଲିଗୁଡା ଏସଡ଼ିପିଓ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାରୁ ରଥ କାଠ ପୁରୀ ଯାଉଥିବାରୁ ସୌଭାଗ୍ୟର କଥା ବୋଲି କହିଛନ୍ତି କନ୍ଧମାଳ ଜିଲ୍ଲାପାଳ ।
ସୂଚନାଯୋଗ୍ୟ, ଗତମାସ ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ରଥକାଠ ଆସିବ ବୋଲି କୁହାଯାଉଥିଲା । ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଥିଲା ।

