ତିହିଡି, ୦୭.୦୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ଭଉଁରିଆବାଙ୍କ ଗ୍ରାମରେ ବଜରଙ୍ଗବାଲିଙ୍କ ୧୨ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପାରମ୍ପରିକ ବାଜା ରୋଷଣୀ ସହିତ ନୃତ୍ୟ ସଂଗୀତର ତାଳେତାଳେ ଶତାଧିକ ମହିଳା ଓ ପୁରୁଷ ସମ୍ମିଳୀତ ଭାବେ ମନ୍ଦିର ନିକଟରୁ ବାହାରି ଗ୍ରାମ ପରିକ୍ରମା କରିବା ପରେ ଚାରିବୃତ୍ତି ଏବଂ ମୁଖ୍ୟ ରାସ୍ତା ଦେଇ କେଳାସାହି ଗ୍ରାମସ୍ଥିତ ମନ୍ତେଇ ନଦୀରେ ଜଳଲାଗି କରିଥିଲେ । ମଧ୍ୟାହ୍ନରେ ଯଜ୍ଞାରମ୍ଭ ହୋଇ ଗୋଧୂଳିବେଳାରେ ପୂର୍ଣ୍ଣାହୂତି ହୋଇଥିଲା ଯାହାକୁ ଦର୍ଶନ କରିବା ଲାଗି ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ବଜରଙ୍ଗବାଲିଙ୍କ ବାର୍ଷିକ ଉତ୍ସବ ପାଳନ ଲାଗି ଗ୍ରାମରେ ଭକ୍ତିପୂତ ମନୋଭାବ ସୃଷ୍ଟି ହୋଇଛି । ଆବାଳ-ବୃଦ୍ଧ-ବନିତା ସାମିଲ ହୋଇ ଉତ୍ସବକୁ ଅଧିକ ସରସ ସୁନ୍ଦର କରିଥିଲେ । କର୍ତ୍ତାଭାବେ ପ୍ରଫୁଲ ବାରିକ ଓ ଭାରତୀ ବାରିକ, ମୁଖ୍ୟ ପୂଜକ ଭାବେ ପ୍ରଭାକର ପଣ୍ଡାଙ୍କ ସମେତ କିଶୋର ପଣ୍ଡା, ବିକାଶ ଦାଶ, ରତିକାନ୍ତ ଦାଶ ଓ ପ୍ରକାଶ ପଣ୍ଡା ପ୍ରମୁଖ ଦେବପଣ୍ଡିତ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିଲେ । କମିଟିର ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ପୀତବାସ ବାରିକ, କାହ୍ନୁଚରଣ ଦାସ, ବବୁରବାନ ଦାସ, ଶୁକଦେବ ବାରିକ, କୃଷ୍ଣଚନ୍ଦ୍ର ବାରିକ, ବନମାଳି ଦାସ, ଚନ୍ଦନ ବାରିକ, ରାକେଶ ବାରିକ, ସୁମନ୍ତ ଦାସ, ସଞ୍ଜୟ ଦାସ, ସମିନା ଦାସ, ଭଜହରି ବାରିକ, ମନୋରଞ୍ଜନ ଦାସ, ହେମନ୍ତ ଦାସ, ସୁଧାକର ଦାସ, ଶାନ୍ତନୁ ବାରିକ, ଅଜୟ ବାରିକ ପ୍ରମୁଖ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

