କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରୁ ଅପହରଣ କଟକରୁ ଉଦ୍ଧାର । କୋଚିଂ କ୍ଲାସ ସାରି ଘରକୁ ଫେରିବା ବେଳେ ଅପହରଣ କରିଥିଲେ ଦୁର୍ବୃତ୍ତ । ସିସିଟିଭି ଆଧାରରେ ପିଛା କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ କାର ଡ୍ରାଇଭର ଓ ଜଣେ ଅପରହଣକାରୀକୁ ଅଟକ ରଖିଛି ପୋଲିସ ।
ସୂଚନା ମୁତାବକ, ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଜମୁନାବାଦ ଗଡାରୁ କଲେଜ ଛାତ୍ରୀ ଜଣଙ୍କ କୋଚିଂ କ୍ଲାସ ସାରି ଘରକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ଏକ କାରରେ ଆସି ବଳପୂର୍ବକ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଅପରହରଣ କରି ନେଇଥିଲେ । ଘଟଣାର ଖବର ପାଇ ପୋଲିସ ଛାନବିନ ଆରମ୍ଭ କରିଥିଲା । ସିସିଟିଭି ସହାୟତାରେ ପିଛା କରି ଗାଡ଼ିକୁ କଟକ କନ୍ଦରପୁର ନିକଟରେ ଠାବ କରିଥିଲା ପୋଲିସ । ଗାଡ଼ି ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ବର୍ତମାନ ସୁଦ୍ଧା ଅପହରଣର କାରଣ ଜଣାପଡ଼ି ନାହିଁ । କିନ୍ତୁ ଅପହରଣାକାରୀ ଓ କଲେଜ ଛାତ୍ରୀ ଗୋଟିଏ ଗାଁର ବୋଲି ସୂଚନା ମିଳିଛି। .

