ଭୁବନେଶ୍ୱର: ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦ ପାଇଁ ନୂଆ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା । ଘୋଷଣା ହେଲା ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ । ୨୩ ଜିଲ୍ଲା ପାଇଁ ଘୋଷଣା ହେଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ । ଅନୁଗୁଳର ଅଧ୍ୟକ୍ଷ ବଶିଷ୍ଠ ନାୟକ, ଉପାଧ୍ୟକ୍ଷ ହେଲେ ସୁରୁମୁଣି ଛତର, ବଲାଙ୍ଗିରର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଉପଧ୍ୟକ୍ଷ ହେଲେ ଜୟନ୍ତୀ ଭୋଇ । ସେହିପରି ବାଲେଶ୍ବର ଅଧ୍ୟକ୍ଷ ବିପିନ ମାରାଣ୍ଡି ଓ ଉପାଧ୍ୟକ୍ଷ ହେଲେ ଝରଣା ସିଂ । ବରଗଡ଼ର ଅଧ୍ୟକ୍ଷ ଗୋବର୍ଦ୍ଧନ ଭୋଏ ଓ ଉପାଧ୍ୟକ୍ଷ ହେଲେ ତିଳତ୍ତୋମା ଭୁଏ । ବୌଦ୍ଧର ଅଧ୍ୟକ୍ଷ ଡମ୍ବରୁଧର କହଁର ଓ ଉପାଧ୍ୟକ୍ଷ ହେଲେ ପ୍ରମିଳା କିଶାନ । ସେହିଭଳି ଦେବଗଡ଼ର ଅଧ୍ୟକ୍ଷ ହେଲେ ପ୍ରଶାନ୍ତ ବେହେରା ଏବଂ ଉପାଧ୍ୟକ୍ଷ ପ୍ରମିଳା କିଶାନ ହେଲେ ।
ସେପ୍ଟେମ୍ବର ୨୦୨୪ରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ନୂତନ ସରକାର ସମସ୍ତ ୨୩ଟି ସ୍ୱତନ୍ତ୍ର ବିକାଶ ପରିଷଦକୁ ଭାଙ୍ଗି ଦେଇଥିଲେ । ପୂର୍ବରୁ ଏହି ପରିଷଦଗୁଡ଼ିକୁ ରଦ୍ଦ କରାଯାଇଥିବା ବେଳେ, ବର୍ତ୍ତମାନ ନୂତନ ନିଯୁକ୍ତି ସହ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟର ୬୨ଟି ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ। ସ୍ଥାନୀୟ ଆଦିବାସୀ ଜ୍ଞାନକୌଶଳକୁ ଜୀବିକା ସହ ଯୋଡ଼ିବା । ଆଦିବାସୀ ଭାଷା, କଳା ଏବଂ ପବିତ୍ର ପୀଠଗୁଡ଼ିକର ବିକାଶ । ୨୦୧୭ରେ ୯ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୩ରେ ୨୩ଟି ଜିଲ୍ଲାକୁ ସମ୍ପ୍ରସାରିତ ହୋଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରିରେ ଗଠନ ହୋଇଥିଲା । ଏହା ମାଧ୍ୟମରେ ୧୧୭ଟି ବ୍ଲକ୍ ର ପ୍ରାୟ ୧୪ ଲକ୍ଷ ଆଦିବାସୀ ପରିବାରକୁ ସୁବିଧା ମିଳୁଥିଲା। ବର୍ତ୍ତମାନର ନୂଆ ନିଯୁକ୍ତି ପରେ ପ୍ରାୟ ୮୪ ଲକ୍ଷ ଆଦିବାସୀଙ୍କ ଉନ୍ନତି ପାଇଁ ଏହି ପରିଷଦ କାମ କରିବ।
ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଚୟନରେ ସ୍ଥାନୀୟ ଜନଜାତି ପ୍ରତିନିଧିମାନଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଯାହାଫଳରେ ବିକାଶମୂଳକ କାର୍ଯ୍ୟରେ ଆଦିବାସୀଙ୍କ ସଂଖ୍ୟା ଗରିଷ୍ଠ ଭାଗିଦାରି ରହିବ । ଓଡ଼ିଶାର ଜନଜାତି ବିକାଶ ପାଇଁ ଗଠିତ ‘ସ୍ୱତନ୍ତ୍ର ବିକାଶ ପରିଷଦ’ ଆଜିଠାରୁ ସମ୍ପୂର୍ଣ୍ଣ ନୂଆ ରୂପରେ କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ୨୩ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନିଯୁକ୍ତି ସହ ସରକାର ଆଦିବାସୀଙ୍କ ସଂସ୍କୃତି ଓ ସ୍ୱାର୍ଥ ରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୨୦୨୩ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ଆଉ ୧୪ଟି ଜିଲ୍ଲାକୁ ସମ୍ପ୍ରସାରିତ କରିଥିଲେ। ଫଳରେ ମୋଟ ୨୩ଟି ଜିଲ୍ଲା ଏହି ପରିଷଦ ଅଧୀନକୁ ଆସିଥିଲା । ନୂଆ କରି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଯୋଡ଼ିହେଲା । ଫଳରେ ପ୍ରାୟ ୮୦ରୁ ୮୪ ଲକ୍ଷ ଆଦିବାସୀ ଲୋକଙ୍କ ବିକାଶ ପାଇଁ ଲକ୍ଷ୍ୟ ରଖାଗଲା । ଏଥିପାଇଁ ପ୍ରାୟ ୨୭୩ କୋଟି ଟଙ୍କାର ବଜେଟ୍ ମଧ୍ୟ ରଖାଯାଇଥିଲା ।
SDC ତାଲିକା ଘୋଷଣା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । ୨୩ ଜିଲ୍ଳାରେ ଆମ ନିଯୁକ୍ତି ଦେଇଛୁ । ଏପ୍ରିଲ ୧୪ ପୂର୍ବରୁ ଏହା ବଡ ଘୋଷଣା। ସବ କା ସାଥ ସବକାବିକାଶକୁ ନେଇ ଆମେ ଆଗକୁ ବଢ଼ୁଛୁ। ଏହି ସ୍ଲୋଗାନ କେବଳ କଥା ନୁହେଁ କାମରେ କରି ଦେଖାଉଛୁ। କାର୍ଯ୍ୟକର୍ତ୍ତାଙ୍କୁ ତଳ ସ୍ତରରୁ ଆଣି ଆମେ ମୁଖ୍ୟ ସ୍ତରରେ ସାମିଲ କରୁଛୁ । ସମସ୍ତଙ୍କୁ ନେ଼ଇ ବିକଶିତ ଓଡ଼ିଶା କରିବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ।

