ତିହିଡି, ୦୫.୦୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଯୁବ କଂଗ୍ରେସ ଡାକରାରେ ଶତାଧିକ କଂଗ୍ରେସ କର୍ମୀ, ଛାତ୍ର କଂଗ୍ରେସ, ଯୁବକଂଗ୍ରେସ ଓ ମହିଳା କଂଗ୍ରେସ ସମସ୍ତ ଏକଜୁଟ ହୋଇ ଖେରଙ୍ଗ ବଜାର ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ଚାନ୍ଦବାଲିସ୍ଥିତ ବିଜୁସ୍ମୃତି ଭବନ ଠାରେ ପହଂଚି ସେଠାରେ ନବ ନିଯୁକ୍ତ ବ୍ଲକ ସଭାପତି ସୁଭାଶିଷ ମଲ୍ଲିକଙ୍କ ଉଦେଶ୍ୟରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଛାତ୍ର ଉପସଭାପତି ଆଶିଷ କୁମାର ମାହୁନ୍ତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାର ପରିଚାଳନା କରା ଯାଇଥିଲା । ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଯୁବ ସଭାପତି ରଂଜିତ ପାତ୍ର । ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ଚାନ୍ଦବାଲି ନେତା ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ଧାମନଗର ନେତା ଅଭିଷେକ ରାଉତ, ଦେବରୂପ ମହାନ୍ତି, ପୂର୍ବତନ ଛାତ୍ର ନେତା ବଳରାମ ରାଉତ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଣୁରାମ ଯେନା, ରମେଶ ଚନ୍ଦ୍ର ନାୟକ, ଧୀରେନ୍ଦ୍ର କୁମାର ବେହେରା, ରାଧାକାନ୍ତ ପାଢ଼ୀ, ବଦ୍ରିନାଥ ନାୟକ, ଶକ୍ତିପ୍ରତାପ ବିଶ୍ୱାଳ, ଦିଗମ୍ବର ସାହୁ ଓ ଅନ୍ୟ ଯୁବକର୍ମୀଙ୍କ ସହଯୋଗରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟ ଅତିଥିଙ୍କ ସମେତ ନବ ନିଯୁକ୍ତ ବ୍ଲକ ସଭାପତି ଓ ନବ ନିଯୁକ୍ତ ବ୍ଲକ କମିଟିର ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ସୀତାଂଶୁ ନାୟକ, ଶରତ ଧଳ, ସୁରେନ୍ଦ୍ର ପାଢ଼ୀ, ଦୀପକ ଭୋଇ, ରାଜେଶ ସ୍ୱାଇଁ, ପୃଥ୍ୱୀରାଜ ନାୟକ, ସଂଗ୍ରାମ ଦାସ, ସୁରେନ୍ଦ୍ର ମହାନ୍ତି, ପ୍ରମିଳା ମାଝୀ, ଶ୍ରୀବାସ ଦାସ, ସୁକାନ୍ତ ଦାସ, ଦିଲ୍ଲୀପ ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ପ୍ରଫୁଲ୍ଲ ବାରିକ, ସୁବାସ ମହାଳିକ, ତାରାକାନ୍ତ ସେଠୀ, ପ୍ରତାପ ସାମଲ, ମହମ୍ମଦ ୟାକୁବ, ସୁଶାନ୍ତ ସ୍ୱାଇଁ, ଅର୍ଜୁନି ବେହେରା, ରମେଶ ଓଝା, ଚଗୁଲୁ ବେହେରା, ପ୍ରକାଶ ବେହେରା, ନିମାଇଁ ଦାସ, ଗଦାଧର ନାୟକ,ଶଶିକାନ୍ତ ନାୟକ, ଆଶିଷ କୁମାର ଜେନା, ରାଜେଶ ବେହେରା ପ୍ରମୁଖ ଏହି ସଭାକୁ ସରସ ସୁନ୍ଦର ଓ ସଫଳ କରାଇଥିବା ଯୁବବନ୍ଧୁ ଓ କର୍ମୀମାନେ ସଭାଟିକୁ ସଫଳ କରାଇଥିଲେ ।

