ଭୁବନେଶ୍ୱର : ଲିଫ୍ଟ ନ ଦେବାରୁ ଛୁରାମାଡ଼। ରାସ୍ତାରେ ଯାଉଥିବା ଜଣେ ଲୋକ ଉପରେ ସୁଝାଇଲା ରାଗ । ଗୋଡ଼ ଓ ହାତକୁ ଛୁରାମାଡ କରି କଲା ଲହୁ ଲୁହାଣ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ସୁନ୍ଦରପଦା ରାସ୍ତାରେ ଘଟାଇଥିଲା ଏଭଳି କାରନାମା। ଛୁରାମାଡ କରିଥିବା ଅଭିଯୁକ୍ତ ଢୋଲାକୁ ଗିରଫ କରିଛି ପୋଲିସ । ଗତକାଲି ଦିନ ୨ଟା ସମୟରେ ଅଭିଯୁକ୍ତ ବିକୁ ଭୋଇ ଓରଫ ଢୋଲା ରାସ୍ତାରେ ଜମଙ୍କୁ ଲିଫ୍ଟ ମାଗିଥିଲା। ତେବେ ଗାଡ଼ି ଖରାପ ଥିବାରୁ ଢୋଲାକୁ ଲିଫ୍ଟ ଦେଇନଥିଲେ । ବ୍ୟକ୍ତି ଜଣକ ଗାଡ଼ି ସଜାଡୁଥିବାବେଳେ ଢୋଲାକୁ ଛୁରାମାଡ଼ କରିଥିଲା । ଅଭିଯୋଗ ପରେ ପୋଲିସ ଢୋଲାକୁ ଗିରଫ କରିଛି । ଅଭିଯୁକ୍ତ ନାଁରେ ୮ଟି ଅପରାଧିକ ମାମଲା ରହିଛି ।
ଗତ ଦୁଇ ମାସ ତଳେ ଢେଙ୍କାନାଳ ଭୁବନ ଥାନା ରୋଡଙ୍ଗରେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ଚନ୍ଦନ ମଲିକଙ୍କୁ ଗାଁର କିଛି ଯୁବକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଆଦର୍ଶ ବିଦ୍ୟାଳୟ ପାଖରେ ସେ ଗୁରୁତର ଅବସ୍ଥାରେ ପଡିଥିବାବେଳେ ଗାଁ ଲୋକେ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ ।ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଆହତ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଭୁବନ ଥାନାରେ ଅଭିଯୋଗ କରାଯାଇଥିଲା । ଫଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

