ତେହେରାନ: ଇରାନବାସୀ ଶୁକ୍ରବାର ନୌରୁଜ୍ ବା ପର୍ସିଆନ୍ ନବବର୍ଷ ପାଳନ କରୁଥିବାବେଳେ ତେହେରାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଇରାନର ରାଜଧାନୀ ତେହେରାନର ଚାରିପାଖରେ ଗୁଳିଗୋଳା ବର୍ଷଣର ଶବ୍ଦ ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ଇରାନ ମଧ୍ୟ ତୀବ୍ର ଆକ୍ରମଣ ଜାରି ରଖିଛି। ୟୁଏଇ, କୁଏତ, ସାଉଦି ଆରବ ଏବଂ ବାହାରିନ ସେମାନଙ୍କ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ ହୋଇଥିବା କହିଛନ୍ତି।

