ରେମୁଣା: ରେମୁଣା ଏନଏସି ଅନ୍ତର୍ଗତ ନରହରିପୁର ଧାନମଣ୍ଡିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୬୪.୬୫ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଧାନମଣ୍ଡିର ଭିତ୍ତିପ୍ରସ୍ତର ରଖିଥିଲେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ । ଏଭଳି ଧାନମଣ୍ଡି ଚାଷୀଙ୍କ ଉପକାରରେ ଲାଗିପାରିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ । ଏହି ଅବସରରେ କାଉନସିଲର ହେମବତୀ ବେହେରା, ନରହରିପୁର ସେବା ସମବାୟ ସମିତି ସମ୍ପାଦକ ଚନ୍ଦନ ଶିବରାମ ପଣ୍ଡା,
ସାଂସଦଙ୍କ ପ୍ରତିନିଧି ମହେଶ୍ୱର ପ୍ରଧାନ, ଦଳର ଏନଏସି ସଭାପତି ମାୟାଧର ପ୍ରଧାନ, ଉପସଭାପତି ଆଇନଜୀବୀ ସରୋଜ କୁମାର ବେହେରା, ଅନନ୍ତ ସାହୁ, ଏନଏସି ମଣ୍ଡଳ ସାଧାରଣ ସଭାପତି କାହ୍ନୁ ଚରଣ ବେହେରା, ଗୌରଗୋପାଲ ସାହୁ, ଜୟନ୍ତ କୁମାର ପଣ୍ଡା, ଏନଏସି ମହିଳା ସଭାପତି ଚନ୍ଦ୍ରକାନ୍ତି ପ୍ରଧାନଙ୍କ ସମେତ ଝାନସି ପଣ୍ଡା, ଜୟନ୍ତୀ ପାତ୍ର, କନକଲତା ଦାସ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।

