ଗୋଟିଏ ବର୍ଷ ଭିତରେ ଦୁଇ ଦୁଇ ଥର ଫେଲ୍ ମାରିଲା ଚୀନର ଏୟାର ଡିଫେନ୍ସ । ପ୍ରଥମେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ପାଇଁ ଫେଲ୍ ମାରିଥିଲା, ଆଉ ଏବେ ଇରାନ କ୍ଷେତ୍ରରେ ବି ବିଫଳ ହେଲା । ଚୀନର ପ୍ରମୁଖ HQ-9B ଏୟାର ଡିଫେନ୍ସ ସିଷ୍ଟମ ବର୍ଷେ ଭିତରେ ଦୁଇ ଥର ବିଫଳ ହେବା ପରେ ଏହାର କ୍ଷମତା ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମେ ୨୦୨୫ରେ ପାକିସ୍ତାନରେ ବିଫଳ ହେଲା । ଆଉ ଏବେ ଫେବୃୟାରୀ ୨୦୨୬ରେ ଇସ୍ରାଏଲ-ଆମେରିକାର ଆକ୍ରମଣ ବେଳେ ଇରାନର ଗୁରୁତ୍ବପୂର୍ଣ୍ଣ ପରମାଣୁ ସ୍ଥଳକୁ ସୁରକ୍ଷା ଦେବାରେ ବିଫଳ ହେଲା ଚୀନର ଏହି ପ୍ରଣାଳୀ । ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନରେ HQ-9B ଏୟାର ଡିଫେନ୍ସ ସିଷ୍ଟମକୁ ପୁରା ଧ୍ବଂସ କରିଦେିଇଥିଲା ।
ଏହି ସିଷ୍ଟମ ଭାରତର ମିସାଇଲ ଓ ଡ୍ରୋନକୁ ଟ୍ରାକ କରିବାରେ ବିଫଳ ହୋଇଥିଲା । ଇରାନ ପାଖରେ ବି ଚୀନର ଏହି HQ-9B ଏୟାର ଡିଫେନ୍ସ ସିଷ୍ଟମ ଅଛି । ୨୦୨୫ ଜୁଲାଇରେ ଚୀନଠାରୁ ଏହି HQ-9B ସିଷ୍ଟମ କିଣିଥିଲା ଇରାନ । କିନ୍ତୁ ଏହା ଇସ୍ରାଏଲ ଓ ଆମେରିକାର ହମ୍ଲାକୁ ରୋକିବାରେ ବିଫଳ ହେଲା । ଯାହାର ପରିଣାମ ସ୍ବରୁପ ଇରାନ ନିଜର ସବୁଠୁ ପପୁଲାର ନେତା ଓ ସୁପ୍ରିମ ଲିଡରଙ୍କୁ ହରାଇଲା ।

