ଭୁବନେଶ୍ବର: ଥାନା ଭିତରେ ପୋଲିସକୁ ମାଡ଼ । ଲେଡି କନେଷ୍ଟବଳଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ମହିଳାଙ୍କ ହଙ୍ଗାମା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । କୌଣସି ଏକ ମାମଲାରେ ଥାନାକୁ ଆସିଥିଲେ ଜଣେ ମହିଳା । ଯୁକ୍ତିତକର୍ ଭିତରେ ଲେଡି କନେଷ୍ଟବଳଙ୍କୁ ଚାପୁଡ଼ା ମାରିଥିଲେ । ଏନେଇ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

