ଯାଜପୁର : ଡ୍ରାଇଭିଂ ଶିଖିବା ହେଲା କାଳ । ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ପଞ୍ଚାୟତ ଦରକୁଣ୍ଡି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ରଘୁନାଥ ଧଳ । ଦୁର୍ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ଦୁଇଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ । ଆଜି ସକାଳେ ଦୁଇ ଜଣ ଯୁବକ ଗାଁ ରାସ୍ତାରେ ଡ୍ରାଇଭିଂ ଶିଖୁଥିଲେ । ରଘୁନାଥ ତାଙ୍କ ଘର ସମ୍ମୁଖରେ ବସିଥିଲେ । ଯୁବକ ଜଣକ ଭାରସାମ୍ୟ ହରାଇ ବୃଦ୍ଧଙ୍କ ଉପରେ ଗାଡି ମଡାଇଦେଇଥିଲେ ।

