କାମାକ୍ଷାନଗର: ଢେଙ୍କାନାଳ ଭୁବନ ଥାନା ରୋଡଙ୍ଗରେ ଯୁବକଙ୍କୁ ଛୁରାମାଡ଼ । ପୂର୍ବ ଶତ୍ରୁତାକୁ ନେଇ ଚନ୍ଦନ ମଲିକଙ୍କୁ ଗାଁର କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଦର୍ଶ ବିଦ୍ୟାଳୟ ପାଖରେ ସେ ଗୁରୁତର ଅବସ୍ଥାରେ ପଡିଥିବା ବେଳେ, ଗାଁ ଲୋକେ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ ।
ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକଙ୍କ ପରିବାର ପକ୍ଷରୁ ଏନେଇ ଭୁବନ ଥାନାରେ ଅଭିଯୋଗ କରାଯାଇଥିବା ବେଳେ, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

