ଭୁବନେଶ୍ୱର : ବଢ଼ୁଛି ସାଇ ଓ ନାଣ୍ଡୁ ବାବୁଙ୍କ କଳି । କଳାକାର ସାଇ ସତ୍ୟଜିତ ପଣ୍ଡାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା । ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ତାଙ୍କ ପାର୍ଟିର ସାଇଙ୍କ ନାଁରେ ଏତଲା ଦେଇଛନ୍ତି । ସାଇ ଆଡଭାନ୍ସ ଟଙ୍କା ନେଇଛନ୍ତି ଟଙ୍କା ଫେରାଇ ନାହାନ୍ତି କାଲି ତାଙ୍କର ଯାତ୍ରା ଥିଲା କିନ୍ତୁ ସାଇ ଅଭିନୟ କଲେନି ।
ତେଣୁ ମୁଁ ଥାନାକୁ ଆସିଛି,କୋର୍ଟରେ କେସ ମଧ୍ୟ କରିବି । ମୋ ସହ ସେ ୫ ବର୍ଷ ପାଇଁ ରାଜିନାମା କରିଛି । ତେଣୁ ଆଗାମୀ ଯାତ୍ରାରେ ସାଇ ମୋ ସହ ରହିବାକୁ ବାଧ୍ୟ ବୋଲି କହିଛନ୍ତି ଅନନ୍ତ ନାରାୟଣ । ଅଧିକ ଟଙ୍କା ଲୋଭରେ ସେ ମୋ ନାଁରେ ମିଛ ଅଭିଯୋଗ ଆଣି ଅନ୍ୟ ପାର୍ଟି ଯାଉଛି । ମୋ ପାର୍ଟିର ଯାହା କ୍ଷତି ହେବ ସେଥିପାଇଁ ସାଇ ଦାୟୀ ବୋଲି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ।

