ତିହିଡି, ୦୫.୦୨: ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ଜିଲା ମଙ୍ଗଳ ଅଧିକାରୀ ସାଲୁ କୁମାର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ସ୍କୁଲର ଗୌରବ ରଖିବାକୁ ଲକ୍ଷ୍ୟ ରଖିବା ଉଚିତ ବୋଲି କହିଥିଲେ । ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କାଳୀପଦ ଦାସଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ତଥା ଉଦଘାଟକ ଜିଲା ମଙ୍ଗଳ ଅଧିକାରୀ ଶ୍ରୀ ଟୁଡୁ ଯୋଗଦେଇ ଭଲ ପାଠପଢି ଛାତ୍ରଛାତ୍ରୀମାନେ ଅଞ୍ଚଳର ସୁନାମ ଆଣିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଈଶ୍ୱରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ବଂଶୀଧର ଲେଙ୍କା, ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଉର୍ମିଳା ଗୋଛାୟତ ଯୋଗଦେଇ ଶୃଙ୍ଖଳା ହିଁ ସଫଳତାର ମୂଳମନ୍ତ୍ର ବୋଲି କହିଥିଲେ । ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌମ୍ୟା ସୁଚରିତା ମହାନ୍ତି, ସରପଞ୍ଚ ଭାରତୀ ମଳିକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରମାକାନ୍ତ ମଳିକ, ସିଆରସିସି ଶନିଶ୍ଚର ମହାଳିକ, ପଞ୍ଚସଖା ଶିକ୍ଷାସେତୁ ସଭାପତି ରଘୁନାଥ ମଳିକ, ବାସୁଳୀ କମିଟି ସଭାପତି ପଦ୍ମଲୋଚନ ମଳିକ, ଈଶ୍ୱରପୁର ହାଇସ୍କୁଲ ପ୍ରଧାନଶିକ୍ଷକ ବଂଶୀଧର ଲେଙ୍କା, ଜିଲ୍ଲା ମୋହିରୀର ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ସୋମନାଥ ମଳିକ ଓ ସମିତି ସଭ୍ୟାଙ୍କ ପ୍ରତିନିଧି ନିତ୍ୟାନନ୍ଦ ପତି ପ୍ରମୁଖ ଯୋଗଦେଇ ସମାୟାନୁବର୍ତ୍ତିତା ଓ ଶୃଙ୍ଖଳିତ ହେଲେ ବଡ଼ ମଣିଷ ହୋଇ ପାରିବ ବୋଲି କହିଥିଲେ । ଶିକ୍ଷକ ଅଜିତ ପରମାଣିକ ଅତିଥି ପରିଚୟ ଦେଇଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ହାଇସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍କୁଲର ବସନ୍ତ କୁମାର ଗାଗରାଇ, ଦେବୀଦତ୍ତା ଦାସ, କ୍ଷୀରାବ୍ଧି ମାଝୀ, ଶଶିକାନ୍ତ ପଣ୍ଡା, ମନୋରଞ୍ଜନ ମହାରଣା, ତୃପ୍ତିମୟୀ ବେହେରା, ସସ୍ମିତା ସାହୁ, ଶାନ୍ତିଲତା ସାମଲ, ଯୁବରାଜ ମାଝୀ ,ସ୍ମୃତି ଶେଖର ଆରଣ, ଦୀପ୍ତି ମହାପାତ୍ର, ରମେଶ ଚନ୍ଦ୍ର ମିଶ୍ର ଓ ପ୍ରତାପ ମଲ୍ଲିକ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ ।

