ତିହିଡି- ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅଧିନ ମନ୍ତ୍ରବାସୁଳୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ସମାରୋହ ସଫଳତାର ସହ ଉଦଯାପିତ ହୋଇଯାଇଛି । ଜାନୁଆରୀ ୨୯ ଓ ୩୦ ଏହି ଦୁଇଦିନ ବ୍ୟାପୀ ବାର୍ଷିକ କ୍ରୀଡ଼ା ସମାରୋହ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଓଝାଙ୍କ ପୂର୍ଣ୍ଣ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିବସରେ ଉଦଘାଟକ ଭାବେ ବୋଡ଼କ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିଷ୍ଣୁ ମୋହନ ଜେନାଙ୍କ ସମେତ ସେହି ୱାର୍ଡର ସଭ୍ୟ ରଞ୍ଜନ କୁମାର ପାଣ୍ଡବ ଓ ଗାଆଁର ବୁଦ୍ଧିଜୀବୀ ରବୀନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରତ୍ୟେକ କ୍ରୀଡ଼ା ସମାପ୍ତ ପରେ ସଙ୍ଗେ ସଙ୍ଗେ ବିଜୟୀ ପ୍ରତିଯୋଗୀଙ୍କୁ ସୁନେଲି ପଦକ ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରିବା ସହିତ ବିଭିନ୍ନ ସମୟରେ ବିଭିନ୍ନ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁଦ ସମାରୋହରେ ଶିଶୁବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୪ଟି ଇଭେଣ୍ଟକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ଦାସ, ପିଇଟି ଶିକ୍ଷକ ନୃସିଂହ କୁମାର ତ୍ରିପାଠୀ, ଶର୍ମିଷ୍ଠା ସେନାପତି, ଶାସ୍ଵତୀ ସୌମ୍ୟା ଓ ଶୋଭାମୟୀ ମିଶ୍ର । ସର୍ବମୋଟ ୭୨ ଜଣ ବିଜୟୀ ପ୍ରତିଯୋଗୀଙ୍କୁ ସୁନେଲି ପଦକ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସିଆରସିସି ଭାଗୀରଥି ତ୍ରିପାଠୀ, ବଂଶୀଧର ଦାସ, ମନୋଜ କୁମାର ବେହେରା, ବୁଦ୍ଧିରାମ ପାଣ୍ଡବ ଓ ପୂର୍ଣ୍ଣଚନ୍ଦ୍ର ପାଣ୍ଡବ ପ୍ରମୁଖ ପିଲାମାନଙ୍କୁ ଉତ୍ସାହିତ କରି ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀ ଓଝାଙ୍କ ପ୍ରଚେଷ୍ଟା କ୍ରମେ ବିଦ୍ୟାଳୟଟି ସଫଳତାର ପାହାଚ ପରେ ପାହାଚ ଡେଇଁ ଚାଲିଛି । ନିକଟରେ ତାଙ୍କ ଉଦ୍ୟମରେ ବିଦ୍ୟାଳୟ ‘ପ୍ରକୃତିମିତ୍ର’ ପାଇ ପ୍ରଶଂସିତ ହୋଇଛି । ତିହିହିରୁ ସଂଜୟ ଦାସଙ୍କ ରିପୋର୍ଟ।

