କଟକ : ଚୌଦ୍ବାର ଇମ୍ଫା କମ୍ପାନୀର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୃତ ଠିକା ଶ୍ରମିକ ରାକେଶ ମୁଦୁଲିଙ୍କ ପତ୍ନୀଙ୍କ ଜୀବନ ହାରିବା ଉଦ୍ୟମ । ସ୍ଵାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡି ଏଭଳି ଉଦ୍ୟମ କରିଛନ୍ତି ସୋନାଲି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ୬ ମାସ ତଳେ ରାକେଶଙ୍କ ବିବାହ ହୋଇଥିଲା । ତାଙ୍କ ବିଧବା ପତ୍ନୀ ଏବେ ଗର୍ଭବତୀ । ଗତ ୨୮ ତାରିଖରେ ୱେଲଡିଂ କରୁଥିବାବେଳେ ହଠାତ୍ ଟଳିପଡିଥିଲେ ଵାଣିପଦା ପଂଚାୟତ ଚାଙ୍ଗୁଡ଼ିଆ ଗାଁର ୩୫ ବର୍ଷିୟ ରାକେଶ ମୁଦୁଲି। ଇମ୍ଫା କମ୍ପାନୀ ପରିସରରେ ରାକେଶ ମୁଦୁଲିଙ୍କ ମୃତ୍ୟୁ ହୋଇଥିଲା ।

