ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ ତରଫ ରୁ ଜାନୁଆରୀ ୨୭ତାରିଖ ସନ୍ଧ୍ୟା ରେ ଗୁଗଲ ମିଟ ମାଧ୍ୟମ ରେ ଦେଶ ଭକ୍ତି ର ସ୍ୱର ଗୁଞ୍ଜନ ହୋଇଥିଲା। ଛତିଶଗଡ ରୁ ପ୍ରକାଶିତ ଉତ୍କଳ ବିଳାସ, ସୂର୍ଯ୍ୟ ପ୍ରଭା ର ସମ୍ପାଦକ ଡ଼କ୍ଟର ବାମନ ଚରଣ ଦୀକ୍ଷିତ ଙ୍କ ପୌରାହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ଜଗନ୍ନାଥଙ୍କ ସ୍ତୋତ୍ର ରୁ ଆରମ୍ଭ ହୋଇଥିଲା। ସାଧାରଣତନ୍ତ୍ର ଦିବସ ର ମହତ୍ତ୍ୱ ଏବଂ ଦେଶ ପାଇଁ କର୍ତ୍ତ୍ୟବ୍ୟ ବୋଧ ଉପରେ ଆଲୋଚନା କରିଥିଲେ ଡ଼କ୍ଟର ଦୀକ୍ଷିତ। ଡ଼କ୍ଟର ପ୍ରବୀଣା ପରିଡା ଦିବସ ର ବିଶେଷତ୍ତ୍ୱ ଉପରେ ଚର୍ଚ୍ଚା କରିଥିଲେ। ସଲୀଳା ମହାନ୍ତି ବାଜିରାଉତ ଙ୍କ ଉପରେ, ପାରମିତା ଷଡ଼ଙ୍ଗୀ ଦେଶ ଉପରେ କବିତା ପାଠ କରିଥିଲେ। ଡ଼କ୍ଟର ଅରୁନ୍ଧତୀ ମହାନ୍ତି, ସନାତନ ମହାକୁଡ଼, ଅରୁଣ ମହାପାତ୍ର, କବିତା ପାଠ କରିଥିଲେ, ମୈତ୍ରେୟୀ କମିଳା,ଡ଼କ୍ଟର ପ୍ରବୀଣା ଗପ ପଢିଥିଲେ।ସୁଦୂର ଆମେରିକା ରୁ ଚନ୍ଦ୍ରା ମିଶ୍ର ଯୋଗ ଦେଇ ବିଦେଶ ରେ ଦିବସ ପାଳନ ର ଅନୁଭୂତି ବଖାଣି ଥିଲେ।ପ୍ରବାସୀ ମୁମ୍ବାଇ ରୁ ମୈତ୍ରେୟୀ କମିଳା ଙ୍କ ଧନ୍ୟବାଦ ଅର୍ପଣ ରେ ସଭା ସମାପ୍ତ ହୋଇଥିଲା।

