Maski,Karnataka,India - DECEMBER 22,2018: Aadhaar card which is issued by Government of India as an identity card
Adhar Card ଆମ ସମସ୍ତଙ୍କ ଜୀବନରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟି ସାରିଛି । ବହୁତ କାମ ରହିଛି ଯାହା ଆଧାର କାର୍ଡ ବିନା ଅଧୁରା ହୋଇ ରହିଯାଏ । ତେଣୁ ଆଧାର କାର୍ଡରେ ଦିଆଯାଉଥିବା ସମସ୍ତ ସୂଚନା ସଠିକ୍ ହେବା ଆବଶ୍ୟକ । ଆଧାର କାର୍ଡରେ ଛୋଟ ଛୋଟ ଅପଡେଟ୍ କରିବା ପାଇଁ ହେଲେ ଆଧାର ସେଣ୍ଟରକୁ ଯିବାକୁ ପଡିଥାଏ । କିନ୍ତୁ ଏବେ ଅପଡେଟ୍ କରିବା ପାଇଁ ହେଲେ ଆଉ ଆଧାର ସେଣ୍ଟରକୁ ଯିବାକୁ ପଡ଼ିବନି । ଆଜି UIDAI ଆପଣମାନଙ୍କ ପାଇଁ ନୂଆ ଆଧାର କାର୍ଡର ଭର୍ସନ ଲଞ୍ଚ କରିବାକୁ ଯାଉଛି । ଏମିତି ଆପ୍ ଆସିବା ମାତ୍ରେ ଲୋକଙ୍କ ଅନେକ ସମସ୍ୟା ସହଜରେ ଦୂର ହୋଇଯାଇପାରିବ । କାହିଁକିନା ଏହି ଆପ୍ ଅନେକ ସମସ୍ୟାକୁ ଦୂର କରିବାର ପ୍ରତିଶ୍ରୁତି ଦେଇଛି ।

