ଭୁବନେଶ୍ୱର : ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ନବନିର୍ମାଣ କୃଷି ସଂଘ ଦ୍ୱାରା ଏହି ଡାକରା ଦିଆଯାଇଛି । ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି । ଏହା ଅଧୀନରେ, ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହୋଇଛି । ରାଜ୍ୟର ପ୍ରମୁଖ ଜାତୀୟ ରାଜପଥ ଓ ଛକ ଗୁଡ଼ିକରେ ପିକେଟିଂ କରାଯାଉଛି । ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ ହୋଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ବଲାଙ୍ଗୀର ସହରରେ ବନ୍ଦ ପାଳନ ଯୋଗୁ ସକାଳୁ ସକାଳୁ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବସସଷ୍ଟାଣ୍ଡ ଓ ଷ୍ଟେସନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି । ଠପ୍ ହୋଇଯାଇଛି ଗାଡ଼ି ଚଳାଚଳ। କର୍ମୀମାନେ ରେଳ ଷ୍ଟେସନରେ ପିକେଟିଂ କରି ରେଳ ଧାରଣା ଉପରେ ବସି ରେଳରୋକ କରିଛନ୍ତି। ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସେପଟେ ଯାତ୍ରୀଙ୍କ ଅପେକ୍ଷାରେ ବସିଛନ୍ତି ଅଟୋ ଚାଳକ।
ସେହିପରି ବଲାଙ୍ଗିରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ଦୋକାନ ବଜାର ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବନ୍ଦ ଡାକରା ଦିଆଯାଇଛି। ସେପଟେ ବନ୍ଦ ପାଳନ ବେଲେ ମଲ୍ ଭିତରକୁ ଧସେଇ ପଶିଲେ ଆନ୍ଦୋଳନକାରୀ ।
ବରଗଡ଼ ଜିଲ୍ଲାରେ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ବନ୍ଦ ରହିଛି। ସରକାରୀ ଓ ବେସରକାରୀ ସ୍କୁଲ କଲେଜ ସମେତ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରହିଛି। କଂଗ୍ରେସ ଦଳ ସମେତ ଅନେକ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି।
। ଜଗତସିଂହପୁର ବଙ୍ଗଳା ଛକରେ ମୁଖ୍ୟରାସ୍ତା ଅବରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ଦୋକାନ ବଜାର ବନ୍ଦ ରହିଛି। ଠପ୍ ହୋଇଯାଇଛି ବସ ଚଳାଚଳ । ବିଭିନ୍ନ ସ୍ଥାନରେ ପିକେଟିଂ କରି କର୍ମୀମାନେ ରାସ୍ତାରୋକ କରିଛନ୍ତି।
କେନ୍ଦ୍ରାପଡାରେ ଓଡ଼ିଶା ବନ୍ଦର ପ୍ରଭାବ। ଦୁହୁରିଆ ଛକଠାରେ ସମ୍ପୂର୍ଣ୍ଣ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ କଟକ-ଚାନ୍ଦବାଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଚେୟାର ପକାଇ ବସିଛନ୍ତି ଆନ୍ଦୋଳନକାରୀ। ସରକାର ଦାବି ନଶୁଣିଲେ ଆଗକୁ ଜୋରଦାର ପ୍ରତିବାଦ ହେବ ବୋଲି ଚେତାବନୀ ଦିଆଯାଇଛି।
କୃଷକ ସଂଗଠନ ପକ୍ଷରୁ ଆଠ ଘଣ୍ଟିଆ ଓଡିଶା ବନ୍ଦ ଡାକରା ର ପ୍ରଭାବ କାକଟପୁର ଠାରେ ଦେଖିବାକୁ ମିଳିଛି। ଏହି ବନ୍ଦ ଡାକରା ରେ କଂଗ୍ରେସ, ବାମଦଳ,ସହିତ ବିଭିନ୍ନ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। କାକଟପୁର ମେଡିକାଲ ଛକଠାରେ ଆନ୍ଦୋଳନ କାରୀମାନେ ରାସ୍ତାରୋକ କରି ଜାନ ବାହାନ କୁ ବନ୍ଦକରିଥିଲେ ।

