ନବୀ ମୁମ୍ବାଇ ସ୍ଥିତ ଆଖଣ୍ଡଳମଣି ପୂଜା କମିଟି ନେରୁଲ, ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ, ସ୍ୱାସ୍ଥ୍ୟ ସଚେତକ (ଉଲୱେ)ମିଳିତ ଉଦ୍ୟମ ରେ ନେରୁଲ ଏମ ଆଇ ଡି ସି ଅଞ୍ଚଳର ପିଲାମାନଙ୍କ ସହ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ କରିଥିଲେ। ପିଲାମାନେ ଖୁସି ରେ ଦେଶଭକ୍ତି ଗୀତ ବୋଲିଥିଲେ। ସ୍ୱାସ୍ଥ୍ୟ ସଚେତକ ଟିମ ରୁ ଜଗତ ମହାନ୍ତି ପିଲାମାନଙ୍କୁ ନିଜ ଜୀବନ ଲକ୍ଷ୍ୟ ପଥରେ ଅଗ୍ରସର ହେବାକୁ ସୂଚନା ଦେଇଥିଲେ। ଦୀପକ ବସ୍ତି, ଡ଼କ୍ଟର ଅରୁନ୍ଧତୀ ମହାନ୍ତି,ପ୍ରିତୀ ନାୟକ, ମୈତ୍ରେୟୀ କମିଳା, ଜୟକୃଷ୍ଣ କମିଳା, ବିଜୟ ମିଶ୍ର, ଚିରଞ୍ଜିବି ସାହୁ, ଅଞ୍ଜଳି, ଗୋପୀନାଥ ସାହୁ, ସବିତା, ସୁବାସ ପାଲ, ଅମ୍ବିକା, ମନୋରଞ୍ଜନ ସାହୁ, ବନ୍ଦନା ସାହୁ,କନକଲତା ମାଉସୀ, ଗିରି ମାଉସୀ, ରୁବି, ପୁଷ୍ପା, ସାଇ, ଋଷି,ସାଇ, ଖୁସି, ଦିବ୍ୟା, ଆଦି, ରିଦୁ, ସ୍ୱରୂପ, ବସନ୍ତ, ପିଣ୍ଟୁ, ନିଶିକାନ୍ତ ଉପସ୍ଥିତ ରହିଥିଲେ। ଶଶିକାନ୍ତ ରାଜଗୁରୁ ଙ୍କ ସହଯୋଗ ରହିଥିଲା।

