ଭାରତୀୟ ଜନତା ପାର୍ଟିର ସଦର ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ୭୭ତମ ସାଧାରଣତନ୍ତ୍ର ଦିବସ ହର୍ଷ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜେଲ ରୋଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଥିଲେ। ବରିଷ୍ଠ ନେତା ଗଙ୍ଗାଧର ରାଉତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ଦତ୍ତ ଦେଶର ସାର୍ବଭୌମତ୍ୱ ରକ୍ଷାରେ ଆନ୍ଦୋଳନରେ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରକୁ ଭଲପାଇବା ଏବଂ ଦେଶ ମାତୃକା ସେବା ପାଇଁ ତ୍ୟାଗ ବଳିଦାନ କରିବା ସମାଜର ପ୍ରତ୍ୟେକବର୍ଗର ନାଗରିକଙ୍କ ପରମ କର୍ତ୍ତବ୍ୟ ହେବା ଉଚିତ ବୋଲି ସେ ଏହି ଅବସରରେ କହିଥିଲେ । ସମସ୍ତେ ଜାତୀୟତା ଭାବରେ ଉଦବୁଦ୍ଧ ହୋଇ ରାଷ୍ଟ୍ରନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ନିଜ ଅଧିକାର ପାଇଁଁ ସମସ୍ତେ ତେିକି ଯତ୍ନବାନ ହୋଇଥାଅନ୍ତି ଠିକ୍ ସେହିପରି ରାଷ୍ଟ୍ର ପାଇଁ କର୍ତ୍ତବ୍ୟ ସମ୍ପାଦନ ପାଇଁ ଯତ୍ନଶୀଳ ହେବାକୁ ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଗୌରାଙ୍ଗ ଦାସ, ବାଲେଶ୍ୱର ବାର ଆସୋସିଏସନ ସଭାପତି କେଶବ ଆଚାର୍ଯ୍ୟ, ଜୀବନ ପାତ୍ର, ଲୋକନାଥ ଭୂୟାଁ, ଧିରଜ ମହାନ୍ତି, କାହ୍ନୁ ମହାଳିକ, ମନୋହର ପେରିୱାଲ, ଜଳେନ୍ଦ୍ର ସେଠି, ସୁଜିତ ବିଶ୍ୱାଳ, ମନୋଜ ଧଳ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ପରେ ବିଧାୟକ ଶ୍ରୀ ଦତ୍ତ, ଖବର କାଗଜ ହକର ସଂଘ, ପୁରୁଣା ବାଲେଶ୍ୱର, ବନ୍ଦେ ମା’ତରମ ପାଠାଗାର, ଚୌକବଜାର କାଳୀ ମଣ୍ଡପ ପ୍ରଭୃତି ସ୍ଥାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

