ନୟାଗଡ଼(୨୬/୦୧): ଜିଲ୍ଲା ପ୍ରଶାସନ,ନୟାଗଡ ତରଫରୁ ପୋଲିସ ତାଲିମ ପଡିଆରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ଅବସରରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ନୟାଗଡ ଜିଲ୍ଲାପାଳ ତଥା ଜିଲ୍ଲା ମଜିଷ୍ଟେଟ ମଧୁମିତା ରଥ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୄତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଅର୍ପଣ କରିଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକର ଅଧିକାଂଶ ଛାତ୍ରଛାତ୍ରୀ ପୁରସ୍କୃତ ହୋଇ ବାଜିମାତ୍ କରିଛନ୍ତି।ଜିଲ୍ଲାସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଓଡ଼ଗାଁର ନବମଶ୍ରେଣୀ ଛାତ୍ରୀ ଓମ୍ ସ୍ବସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ଓ ଯୋଗ୍ୟତା ପ୍ରମାଣପତ୍ର ଗ୍ରହଣ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ଅନ୍ୟତମ ଛାତ୍ରୀ ନବମଶ୍ରେଣୀର କୀର୍ତ୍ତିଅର୍ଜିତା ଦ୍ୱିତୀୟସ୍ଥାନ ଓ କଣ୍ଠସଂଗୀତରେ ସାଇସିଦ୍ଧି ମିଶ୍ର ତୃତୀୟ ସ୍ଥାନ , ଓଡ଼ିଆ ବକ୍ତୃତାରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ପ୍ରତୀକ୍ଷା ସାହୁ ପ୍ରଥମସ୍ଥାନ, ବ୍ଲକ୍ କଲୋନୀ ସରକାରୀ ବିଦ୍ୟାଳୟ ଏବଂ ଆୟୁଷ୍ମାନ୍ ବେହେରା ଓ ଜୀବନ ନାୟକ, ସରକାରୀ ଉଚ୍ଚ ବିଦ୍ୟାଳୟ ଗିରିଡିପଲ୍ଲୀ କଣ୍ଠସଂଗୀତରେ ଦ୍ୱିତୀୟସ୍ଥାନ , ଆଦିତ୍ୟ ମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟ ମକରପଦା କୌତୁକ ପୋଷାକରେ ଦ୍ୱିତୀୟ ସ୍ଥାନ , ଇଂରାଜୀ ବକ୍ତୃତା କନିଷ୍ଠ ବିଭାଗରେ ସୂତପା ମହାପାତ୍ର କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ଭିକାରିପଡା ଯୋଗ୍ୟତା ପ୍ରମାଣ ପତ୍ର ପାଇ ପ୍ରଶଂସିତ ହୋଇଛନ୍ତି ।ରିପୋର୍ଟ: ସନାତନ ମହାକୁଡ଼।

