ମେକ୍ସିକୋ : ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ବନ୍ଧୁକଧାରୀ ଏକ ଫୁଟବଲ ମ୍ୟାଚ୍ ସରିବା ପରେ ହଠାତ୍ ଗୁଳିମାଡ଼ ଆରମ୍ଭ କରିଥିଲା । ଘଟଣା ସ୍ଥଳରେ ୧୦ ଜଣଙ୍କ ପ୍ରାଣ ଉଡ଼ିଯାଇଥିଲା । ଅନ୍ୟ ଜଣେ ଆହତ ହସପିଟାଲରେ ଜୀବନ ହାରିଥିବା ଜଣାପଡିଛି ।
ଘଟଣା ପରେ ସଲମାଙ୍କା ମେୟର ସିଜର ପ୍ରିଟୋ ସୋସିଆଲ ମିଡିଆରେ ବୟାନ ଜାରି କରି କହିଛନ୍ତି, ଆହତ ମଧ୍ୟରେ ଜଣେ ମହିଳା ଏବଂ ଜଣେ ନାବାଳକ ରହିଛନ୍ତି । ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହିତ ସହରର ଲୋକ ଦୁଃଖିତ ରହିଛନ୍ତି ବୋଲି କହିଥିଲେ । ରାଷ୍ଟ୍ରପତି କ୍ଲାଉଡିଆ ଶିନବାମଙ୍କୁ ତତ୍କାଳ ଘଟଣାରେ ସହାୟତା ମାଗିଛନ୍ତି । ଅଞ୍ଚଳରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ପଦେକ୍ଷପ ନେବାକୁ କହିଛନ୍ତି । ଆଉ ଘଟଣାର ଯାଞ୍ଚ କରିବା ପାଇଁ କହିଛନ୍ତି ।
ଗତବର୍ଷ ଗୁଆନାଜୁଆତେ ମେକ୍ସିକୋର ସବୁଠାରୁ ଅଧିକ ହତ୍ୟା କରିଥିବା ରାଜ୍ୟ ରହିଥିଲା । ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

