ରାଉରକେଲା: ରାଉରକେଲା ଗସ୍ତରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ରାଉରକେଲା ବିମାନ ଦୁର୍ଘଟଣା ମାମଲାକୁ ନେଇ ପରିବହନ ମନ୍ତ୍ରୀ ରାଉରକେଲା ଗସ୍ତ କରିଛନ୍ତି । ବିମାନ ଦୁର୍ଘଟଣା ସ୍ଥଳ ଯାଇ ସ୍ଥିତି ପରଖିଲେ ମନ୍ତ୍ରୀ । ଏଥିସହ ଦୁର୍ଘଟଣାରେ ଗୁରୁତର ହୋଇଥିବା ବିମାନ ପାଇଲଟ ଏବଂ ଯାତ୍ରୀ ସହ ଆଲୋଚନା କରିବେ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ମେଡିକାଲ ଯାଇ ଦୁର୍ଘଟଣାରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ବିମାନ ଦୁର୍ଘଟଣା ଏକ ଅଭାବନୀୟ ଘଟଣା । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କାଲିଠାରୁ DGCA ଓ AAIBର ୧୦ଜଣିଆ ଟିମ ତଦନ୍ତ ଚଳାଇଛନ୍ତି । କାହିଁକି ଦୁର୍ଘଟଣା ଘଟିଲା ସେନେଇ ସମସ୍ତେ ଚିନ୍ତିତ ଥିବା କହିଛନ୍ତି ମନ୍ତ୍ରୀ । ଆଗକୁ ଯେପରି ଏଭଳି ଦୁର୍ଘଟଣାର ପୁନରାବୃତ୍ତିବ ନହେବ ସେପ୍ରତି ଦୃଷ୍ଟି ଦେବୁ କହିଛନ୍ତି ମନ୍ତ୍ରୀ । ଏଥିସହ ଦୁର୍ଘଟଣାରେ ଗୁରୁତର ହୋଇଥିବା ବିମାନ ପାଇଲଟ ଏବଂ ଯାତ୍ରୀ ସହ ଆଲୋଚନା କରିବେ । ବିମାନ ଦୁର୍ଘଟଣା ଏକ ଅଭାବନୀୟ ଘଟଣା । ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଭୂତି ଭୂଷଣ ଜେନା ।

