ରାଜନଗର : ଆଜିଠୁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ଜାତୀୟ ଅଭୟାରଣ୍ୟକୁ ୧୦ ତାରିଖ ଯାଏ ବନ୍ଦ ରଖାଯିବ । ନଦୀ ନାଳରେ କେତେ ଅଛନ୍ତି ବଉଳା କୁମ୍ଭୀର । ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ । କୁମ୍ଭୀର ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୨୪ ଟି ଟିମ୍ । ପ୍ରତି ଟିମ୍ ରେ ଅଛନ୍ତି ୪ରୁ୫ ଜଣ ସଦସ୍ୟ । ୧୯୭୬ ମସିହାରୁ ଭିତରକନିକା ରେ କୁମ୍ଭୀର ଗଣନା କରାଯାଉଥିବା ବେଳେ ଚଳିତ ବର୍ଷ ୧୦ ଦିନ ପରିବର୍ତ୍ତେ ମାତ୍ର ୩ ଦିନ ରେ କୁମ୍ଭୀର ଗଣନା କରାଯିବ ।

